କୋଟିଏରୁ ଅଧିକ ଟଙ୍କାର ପାଇପ ଚୋରି : ଟୁଙ୍ଗୁରୁ ଭୋଳଙ୍କ ସମେତ ଗ୍ୟାଙ୍ଗ ମୁଖ୍ୟ, ଟ୍ରାନ୍ସପୋର୍ଟର ଗିରଫ

ଭୁବନେଶ୍ୱର,୩୧।୫(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଖୋର୍ଦ୍ଧା, କନ୍ଧମାଳ, କଟକ, ରାୟଗଡା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ୍‌ ଚୋରି କରୁଥିଲେ । ପରେ ସେଇ ପାଇପ୍‌ଗୁଡିକୁ ବାହାର ରାଜ୍ୟକୁ ପଠାଇ ଡିଲରର୍ସଙ୍କୁ ବିକ୍ରି କରୁଥିଲେ। ଏଭଳି ଏକ ଆନ୍ତରାଜ୍ୟ ଚୋର ଗ୍ୟାଙ୍ଗର ୧୧ଜଣ ସଦସ୍ୟଙ୍କୁ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ମଧ୍ୟ ଗିରଫ ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ଟୁଙ୍ଗୁରୁ ବେଶ ଚର୍ଚ୍ଚାରେ ରହିଥିଲେ। ସେହିପରି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଅନ୍ୟ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା ଅଞ୍ଚଳର ରମେଶ ଚନ୍ଦ୍ର ସାହୁ, କଟକ ବାଦାମବାଡିର ରାଜକୁମାର ପରିଡା, ଚନ୍ଦକା ଅଞ୍ଚଳର ସେକ୍‌ ରହିମ, ଗଞ୍ଜାମର ପପୁ ଭୂୟାଁ, ପାତ୍ରପଡାର ଶ୍ରୀକାନ୍ତ ମହାରଣା, ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ଭାଗୀରଥି ନାୟକ ଓ କାର୍ତ୍ତିକ ଚନ୍ଦ୍ର ସୁବୁଦ୍ଧି, କଟକ ସିଡିଏ ସେକ୍ଟର-୧ର ରଶ୍ମିରଞ୍ଜନ ଦାସ।

ପୋଲିସ ସେମାନଙ୍କଠାରୁ ନଗଦ ୨୦ ହଜାର ଟଙ୍କା, ଗୋଟିଏ ଅଟୋ, ଗୋଟିଏ ବୁଲେଟ, ୧୦ଟି ମୋବାଇଲ ଫୋନ ଜବତ କରିଥିବା ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସେହିପରି ଅଭିଯୁକ୍ତମାନେ ପାଇପ୍‌ ଗୁଡିକର ନକଲି ଡକ୍ୟୁମେଣ୍ଟ ତଥା ଚାଲାଣ ତିଆରି କରୁଥିଲେ। ପରେ ଟ୍ରାନ୍ସପର୍ଟ ଟ୍ରକ ଜରିଆରେ ଅନ୍ୟ ରାଜ୍ୟକୁ ପଠାଇ ଦେଉଥିଲେ। ଅନ୍ୟପକ୍ଷେ ଏହି ଗ୍ୟାଙ୍ଗରେ ଏବେ ବି ୪ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଡିସିପି କହିଛନ୍ତି । ଅଭିଯୁକ୍ତମାନେ ୧୦୦୦ରୁ ଅଧିକ ପାଇପ ଚୋରି କରିଛନ୍ତି। ବିକ୍ରି କରାଯାଇଥିବା ପାଇପର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଡିସିପି ସୂଚନା ଦେଇଚନ୍ତି।

ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ନାମରେ ୮ଟି ମାମଲା ରହିଥିବା ଜଣାପଡିଛି। ଅଭିଯୁକ୍ତମାନେ ପାଇପ୍‌ ବିକି ଥିବା ଟଙ୍କାକୁ ଜବତ କରିବାକୁ ଚେଷ୍ଟା କରାଯିବ। ଏନେଇ ପୋଲିସ ତଦନ୍ତ ଚଳାଇଛି। ଏପରି କି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri