କୋଟିଏରୁ ଅଧିକ ଟଙ୍କାର ପାଇପ ଚୋରି : ଟୁଙ୍ଗୁରୁ ଭୋଳଙ୍କ ସମେତ ଗ୍ୟାଙ୍ଗ ମୁଖ୍ୟ, ଟ୍ରାନ୍ସପୋର୍ଟର ଗିରଫ

ଭୁବନେଶ୍ୱର,୩୧।୫(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଖୋର୍ଦ୍ଧା, କନ୍ଧମାଳ, କଟକ, ରାୟଗଡା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ୍‌ ଚୋରି କରୁଥିଲେ । ପରେ ସେଇ ପାଇପ୍‌ଗୁଡିକୁ ବାହାର ରାଜ୍ୟକୁ ପଠାଇ ଡିଲରର୍ସଙ୍କୁ ବିକ୍ରି କରୁଥିଲେ। ଏଭଳି ଏକ ଆନ୍ତରାଜ୍ୟ ଚୋର ଗ୍ୟାଙ୍ଗର ୧୧ଜଣ ସଦସ୍ୟଙ୍କୁ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ମଧ୍ୟ ଗିରଫ ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ଟୁଙ୍ଗୁରୁ ବେଶ ଚର୍ଚ୍ଚାରେ ରହିଥିଲେ। ସେହିପରି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଅନ୍ୟ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା ଅଞ୍ଚଳର ରମେଶ ଚନ୍ଦ୍ର ସାହୁ, କଟକ ବାଦାମବାଡିର ରାଜକୁମାର ପରିଡା, ଚନ୍ଦକା ଅଞ୍ଚଳର ସେକ୍‌ ରହିମ, ଗଞ୍ଜାମର ପପୁ ଭୂୟାଁ, ପାତ୍ରପଡାର ଶ୍ରୀକାନ୍ତ ମହାରଣା, ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ଭାଗୀରଥି ନାୟକ ଓ କାର୍ତ୍ତିକ ଚନ୍ଦ୍ର ସୁବୁଦ୍ଧି, କଟକ ସିଡିଏ ସେକ୍ଟର-୧ର ରଶ୍ମିରଞ୍ଜନ ଦାସ।

ପୋଲିସ ସେମାନଙ୍କଠାରୁ ନଗଦ ୨୦ ହଜାର ଟଙ୍କା, ଗୋଟିଏ ଅଟୋ, ଗୋଟିଏ ବୁଲେଟ, ୧୦ଟି ମୋବାଇଲ ଫୋନ ଜବତ କରିଥିବା ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସେହିପରି ଅଭିଯୁକ୍ତମାନେ ପାଇପ୍‌ ଗୁଡିକର ନକଲି ଡକ୍ୟୁମେଣ୍ଟ ତଥା ଚାଲାଣ ତିଆରି କରୁଥିଲେ। ପରେ ଟ୍ରାନ୍ସପର୍ଟ ଟ୍ରକ ଜରିଆରେ ଅନ୍ୟ ରାଜ୍ୟକୁ ପଠାଇ ଦେଉଥିଲେ। ଅନ୍ୟପକ୍ଷେ ଏହି ଗ୍ୟାଙ୍ଗରେ ଏବେ ବି ୪ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଡିସିପି କହିଛନ୍ତି । ଅଭିଯୁକ୍ତମାନେ ୧୦୦୦ରୁ ଅଧିକ ପାଇପ ଚୋରି କରିଛନ୍ତି। ବିକ୍ରି କରାଯାଇଥିବା ପାଇପର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଡିସିପି ସୂଚନା ଦେଇଚନ୍ତି।

ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ନାମରେ ୮ଟି ମାମଲା ରହିଥିବା ଜଣାପଡିଛି। ଅଭିଯୁକ୍ତମାନେ ପାଇପ୍‌ ବିକି ଥିବା ଟଙ୍କାକୁ ଜବତ କରିବାକୁ ଚେଷ୍ଟା କରାଯିବ। ଏନେଇ ପୋଲିସ ତଦନ୍ତ ଚଳାଇଛି। ଏପରି କି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri