ବାଇକ୍‌ରେ ଆସି ଝାମ୍ପିନେଲେ ୧୧ଲକ୍ଷ

ସମ୍ବଲପୁର,୧୨।୧୦(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡ୍‌ର ଏକ ଏସି ମରାମତି ଦୋକାନ ମାଲିକ ମହମ୍ମଦ ଜିସାମଙ୍କଠାରୁ ମଙ୍ଗଳବାର ଲୁଟ୍‌ ହୋଇଛି। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ଏକ ପଲସର ବାଇକ୍‌ରେ ଆସି ତାଙ୍କଠାରୁ ୧୧ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ସିସିଟିଭିକୁ ଆଧାରକରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦୋକାନ ଖୋଲିବା ପାଇଁ ଜିସାମ ଓ ଜଣେ କର୍ମଚାରୀ ୧୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଦୋକାନକୁ ଆସିଥିଲେ। ଦୋକାନ ଶଟର ଖୋଲିବା ସମୟରେ ଟଙ୍କା ବ୍ୟାଗଟିକୁ ତଳେ ଥୋଇଥିଲେ। ହଠାତ ଜଣେ ଯୁବକ ପହଞ୍ଚତ୍ ଟଙ୍କା ବ୍ୟାଗ୍‌ ଧରି ଫେରାର ଉଦ୍ୟମ କରିଥିଲେ। ଦୋକାନ କର୍ମଚାରୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ଲୁଟେରା ଜଣକ ତାଙ୍କୁ ଠେଲି ଟଙ୍କା ବ୍ୟାଗ ଧରି ଅନ୍ୟ ଜଣଙ୍କ ସହ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଏ ନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri