ଘରୋଇ କମ୍ପାନୀର ୧୧ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ,୨୫।୭(ଅମିତାଭ ବେହେରା): ଏକ ଘରୋଇ କମ୍ପାନୀର ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ପୋଲିସ ତିନିଜଣଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ ହେଇଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଅପରାହ୍ନରେ ଭୁବନେଶ୍ୱର ଭରତପୁର ଥାନା ଘାଟିକିଆ କଳିଙ୍ଗ ନଗରର ହିଟାଚି କ୍ୟାସ ମେନେଜମେଣ୍ଟ ସଂସ୍ଥାରେ କାର୍ଯ୍ୟରତ ଶାଖା ମୁଖ୍ୟ ଆଶିଷ ଜେନା ଟାଉନ ଥାନାରେ ପହଞ୍ଚି ତାଙ୍କ କମ୍ପାନୀରେ କୋରାପୁଟ ଦାୟିତ୍ୱରେ ଥିବା କର୍ମଚାରୀ ଶିବ ପ୍ରସାଦ ନାଗ ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ। ସେ ୨୨ ତାରିଖରେ ଉପରୋକ୍ତ ଟଙ୍କା କୋରାପୁଟ ଆକ୍ସିସ ବ୍ୟାଙ୍କରେ ଡିପୋଜିଟ ନିମନ୍ତେ ବାଇକରେ ଗଲାବେଳେକୁ କିଛି ଦୁବୃର୍ତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା କଥା ଶିବ ପ୍ରସାଦ ନାଗ ଶ୍ରୀ ଜେନାଙ୍କୁ ଫୋନ କରି ଜଣାଇଥିଲେ। ଏହା ଜାଣିବା ପରେ ଶ୍ରୀ ଜେନା ନିକଟସ୍ଥ ଥାନାରେ ତୁରନ୍ତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।
ପରବର୍ତ୍ତୀ ସମୟରେ ଶ୍ରୀ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶିବ ପ୍ରସାଦକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶିବ ପ୍ରସାଦ କିମ୍ବା ତାଙ୍କ ପରିବାର ଲୋକ ଠାରୁ କୌଣସି ସହଯୋଗ ନ ମିଳିବାରୁ ଶ୍ରୀ ଜେନା ୨୩ ତାରିଖରେ କୋରାପୁଟ ଟାଉନ ଥାନାରେ ୨୩ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଟାଉନ ଥାନାରେ ଏକ ମାମଲା ରୁଜୁ କରିବା ପରେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ସବଇନ୍ସପେକ୍ଟର ରଞ୍ଜିତ ମିଶ୍ର, ରାଜେଶ ପ୍ରିୟଦର୍ଶୀ ନାୟକ ଓ ଅନ୍ୟମାନଙ୍କୁ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଛାନଭିନ ଆରମ୍ଭ ହୋଇଥିଲା। ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ନାଗଙ୍କୁ ଜୟପୁର ଗୋପବନ୍ଧୁ ନଗରରୁ ଗିରଫ କରି ଜେରା କରିବା ପରେ ସମସ୍ତ ଘଟଣା ପର୍ଦ୍ଦାଫାସ ହୋଇଥିଲା।
ଅନ୍ୟ ତିନି ସହଯୋଗୀଙ୍କ ସହ ମିଶି ସେମାନେ କିପରି ଟଙ୍କା ଲୁଟ ହେବାର ନାଟକ ରଚିଥିଲେ ସେ ବିଷୟରେ ଶିବ ପ୍ରସାଦ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲା। ଶିବ ପ୍ରସାଦର ବୟାନ ଅନୁସାରେ ପୋଲିସ ଜୟପୁର ଗୋପବନ୍ଧୁ ନଗରର ବାଦଲ ବାଘ ଏବଂ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ସିଲାକଗୁଡ଼ାର ଖିରସିନ୍ଧୁ ବିନ୍ଧାଣିକୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ କୋଷାଗୁମୁଡ଼ାର ଦୟାନିଧି ଗଣ୍ଡ ଫେରାର ଥିବା ଜଣାପଡ଼ିଛି।
ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ୪ ଲକ୍ଷ ୧୦ ହଜାର ୩୧୦ ଟଙ୍କା ଓ ଅପରାଧରେ ବ୍ୟବହୃତ ଏକ ମୋଟର ସାଇକେଲ ଜବତ କରିଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଫେରାର ଥିବା ଅଭିଯୁକ୍ତକୁ ମଧ୍ୟ ଖୁବ ଶୀଘ୍ର ଗିରଫ କରା ଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଜବତ ଟଙ୍କା ଅଭିଯୋଗକାରୀ ଆଶିଷ ଜେନାଙ୍କୁ ହସ୍ତାନ୍ତର କରା ଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri