ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ କିଶୋରୀ ବାଳିକାଙ୍କୁ ଉପଯୁକ୍ତ ପୁଷ୍ଟି ସାଧନ ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନାରେ ସମସ୍ତ କିଶୋରୀଙ୍କୁ ମାସିକ ୧୬ଟି ଅଣ୍ଡା ପ୍ରଦାନ ପାଇଁ ଅନୁଦାନ ଯୋଗାଇ ଦିଆଯାଉଛି। ତେବେ ସୁବର୍ଣ୍ଣପୁର ଜିଲାରେ ଏହି ଯୋଜନାରେ ଅଣ୍ଡା ପ୍ରଦାନରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ହିତାଧିକାରୀଙ୍କୁ ଅଙ୍ଗନଓ୍ବାଡି କର୍ମୀମାନେ ମାସିକ ୧୦ରୁ ୧୧ଟି ଅଣ୍ଡା ଦେଉଛନ୍ତି। ଅଣ୍ଡା ଦର ଅଧିକ ଥିବା ଆଳରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଉଛି। ଜିଲାର ସମସ୍ତ ବ୍ଲକରେ ଅଣ୍ଡା ପ୍ରଦାନରେ ଦୁର୍ନୀତି ହେଉଥିବା ଜଣାପଡିଛି। ଗତ ଜାନୁୟାରୀ ମାସ ଠାରୁ ଏଭଳି ଚାଲି ଆସିଛି। ବ୍ଳକ ଓ ଜିଲାସ୍ତରୀୟ ଅଧିକାରୀ ଏସବୁ ଜାଣି କୌଣସି କାରଣରୁ ଚୁପ୍‌ ରହୁଛନ୍ତି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ସୂଚନା ଅନୁଯାୟୀ ଏମ୍‌ଏସ୍‌ପି ଯୋଜନାରେ ଜିଲାର ୧୯ ହଜାରରୁ ଊର୍ଦ୍ଧ୍ୱ କିଶୋରୀ ବାଳିକାଙ୍କୁ ମାସିକ ୧୬ଟି ଅଣ୍ଡା ପ୍ରଦାନ କରାଯିବାର ନିୟମ ରହିଛି। ଜିଲାର କେତେକ ବ୍ଲକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସ୍ଥାନରେ ଅଙ୍ଗନଓ୍ବାଡି କର୍ମୀ ଅଣ୍ଡା କିଣି ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ସବୁଠି ହିତାଧିକାରୀଙ୍କୁ କମ୍‌ ସଂଖ୍ୟକ ଅଣ୍ଡା ଦିଆଯାଉଛି। ସୋନପୁର ବ୍ଲକରେ ସ୍ପେଶାଲ ନ୍ୟୁଟ୍ରିସନ ପ୍ରୋଗ୍ରାମ(ଏସ୍‌ଏନ୍‌ପି)ରେ ନିୟମ ଅନୁଯାୟୀ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ମାସିକ ୧୨ଟି ଅଣ୍ଡା ଦିଆଯାଉଛି। ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାକୁ ମଧ୍ୟ ମାସିକ ୧୨ଟି ଅଣ୍ଡା ପ୍ରଦାନ କରାଯାଉଛି। କିନ୍ତୁ କିଶୋରୀ ବାଳିକା ମାନଙ୍କୁ ୪ ରୁ ୫ଟି ଅଣ୍ଡା କମ୍‌ ଦିଆଯାଉଛି। ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠି କମ୍‌ ଅଣ୍ଡା ଦେଉଥିବା ସୋନପୁର ବ୍ଲକର ଅଙ୍ଗନଓ୍ବାଡି କର୍ମୀମାନେ ଅଭିଯୋଗ କରିଛନ୍ତି। ତେବେ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା ଓ ଡୁଙ୍ଗୁରିପାଲି ବ୍ଲକରେ କିଶୋରୀ ବାଳିକାଙ୍କ ସମେତ ଗର୍ଭବତୀ ମହିଳା, ପ୍ରସୂତି ମହିଳା, ୬ରୁ ୩ବର୍ଷର ଶିଶୁ ଓ ଅତିଶୟ ଅପପୁଷ୍ଟି ଶିଶୁଙ୍କୁ ଅଣ୍ଡା, ଛତୁଆ, ମୁଢୀ, ବାଦାମ ଲଡୁ ଓ ଚଣା ପ୍ରଦାନରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଅଣ୍ଡା କମ୍‌ ଦିଆ ଯାଉଥିବା ବେଳେ ଛତୁଆର ମାନ ଠିକ୍‌ ରହୁନାହିଁ। ଛତୁଆ ପ୍ରସ୍ତୁତି ସମୟରେ ଦାୟିତ୍ୱରେ ରହୁଥିବା ଅଧିକାରୀ ତଦାରଖ କରୁନାହାନ୍ତି। ଅନ୍ୟପକ୍ଷେ ବଜାରରେ ଅଣ୍ଡା ଦର ଅଧିକ ରହୁଥିବାରୁ ପ୍ରାକ୍ତନ ଜିଲାପାଳଙ୍କ ମୌଖିକ ନିର୍ଦ୍ଦେଶ କ୍ରମେ ଜିଲାର ହିତାଧିକାରୀଙ୍କୁ କମ୍‌ ସଂଖ୍ୟକ ଅଣ୍ଡା ପ୍ରଦାନ କରାଯାଉଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା କୁହନ୍ତି, ସିଡିପିଓ ଓ ସୁପରଭାଇଜରମାନେ ସ୍ଥାନୀୟସ୍ତରରେ ଏସବୁ ତଦାରଖ କରୁଛନ୍ତି। ତେବେ ବର୍ତ୍ତମାନ ଅଣ୍ଡାଦର ଅଧିକ ଥିବାରୁ ବଜାର ଦର ଅନୁସାରେ କିଶୋରୀ ବାଳିକା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଦିଆ ଯାଉଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଟନୈତିକ ‘ଚୌକା’ ଲଗାଇଲେ ଜୟଶଙ୍କର: ଗ୍ୟାସ୍‌ ସଙ୍କଟ ମଧ୍ୟରେ ଇରାନକୁ ଫୋନ କରି…

ନୂଆଦିଲ୍ଲୀ,୧୩।୩: ଇରାନ ସହିତ ଜଡିତ ବିବାଦ ସମ୍ପର୍କରେ ଭାରତ ଏବେ ଅତ୍ୟନ୍ତ ସକ୍ରିୟ ହୋଇଛି। ଗ୍ୟାସ ସଙ୍କଟ ଏବଂ ଫସି ରହିଥିବା ଜାହାଜର ସମସ୍ୟା ମଧ୍ୟରେ ଇରାନ…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଲୋକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଯୁଦ୍ଧ ଭିତରେ ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୩: ଇରାନ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବ୍ୟାପକ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି। ସାଧାରଣ ଜନତା…

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ…

ଯୁଦ୍ଧକୁ ଡେଇଁବ ଫ୍ରାନ୍ସ! ହରଡଘଣାରେ ଇରାନ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଜାରି ରହିଛି। ମିଳିତ ଭାବରେ କାର୍ଯ୍ୟ କରି ଆମେରିକା ଏବଂ ଇସ୍ରାଏଲ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri