Posted inଖେଳ

ଓଡ଼ିଶାକୁ ୧୧ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ୱର, ୨୨।୮ (ତପନ ସ୍ବାଇଁ): ଓ୍ବାକୋ ଇଣ୍ଡିଆ ଜାତୀୟ କିକ୍‌ବକ୍ସିଂ ଚାମ୍ପିୟନଶିପ୍‌ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ର ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ୧୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ହାସଲ କରିଛି। ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରୁ ମାଲୋଥ ରାଜଶେଖର ପଏଣ୍ଟ ଫାଇଟ୍‌ ଓ ଲାଇଟ୍‌ କଣ୍ଟାକ୍ଟରେ ୨ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଅନିକେତ ଚୌରାସିଆ, ଚାନ୍ଦିନୀ ନାୟକ, ତୁଷାର ବେହେରା, ଶ୍ରେୟାଶ୍ରୀ ଦେ ପଏଣ୍ଟ ଫାଇଟ୍‌ରେ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ସେହିପରି ମହମ୍ମଦ ୟାଶ୍‌ ଖାଁ, ମହମ୍ମଦ ଦକ୍ଷ ଖାଁ ଫୁଲ୍‌ କଣ୍ଟାକ୍ଟରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ବାପି ଚାଟାର୍ଜୀ ଓ ଚୋଡ଼ଗଙ୍ଗ ଦେବ ରୋହିଦାସ ପଏଣ୍ଟ ଫାଇଟ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଏକ ୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ୧୭ ପ୍ରତିଯୋଗୀ, ୪ ଅଫିସିଆଲ ଓ ଜଣେ ପ୍ରଶିକ୍ଷକ ସାମିଲ ଥିଲେ। ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଅନ୍ତର୍ଜାତୀୟ ଜଜ୍‌ ବିଭୂତି ଭୂଷଣ ବେହେରା, ଗଙ୍ଗାଧର ସାହୁ, ନାରାୟଣ ତମାଙ୍ଗ, ନିଖତ ବାନୁ ଓ ଅସିତ ସିଂ ଜଜ୍‌ ଦାୟିତ୍ୱ ତୁଲାଇଥିଲେ। ପ୍ରକାଶ ବେହେରା ଦଳର କୋଚ୍‌ ଏବଂ ମହମ୍ମଦ ସଲିମ ଖାଁ ଟିମ୍‌ ମ୍ୟାନେଜରଭାବେ କୋଲକାତା ଯାତ୍ରା କରିଥିଲେ। ଓଡ଼ିଶା କିକ୍‌ବକ୍ସିଂ ଆସୋସିଏଶନ ସଭାପତି ପ୍ରବୋଧ ତିର୍କୀ, ଉପସଭାପତି ଦୀନବନ୍ଧୁ ବେହେରା, ଅନିଲ ରାଉଳ, ପ୍ରଦୀପ ବଡ଼ଜେନା, ଗଙ୍ଗାଧର ସାହୁ ପ୍ରମୁଖ ପଦକ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri