ମାର୍ଚ୍ଚରେ ୧୧ଦିନ ସ୍କୁଲ ଛୁଟି! କରିନିଅନ୍ତୁ ପ୍ଲାନିଂ…

ନୂଆଦିଲ୍ଲୀ,୧।୩: ଛୁଟି କେବଳ ଛୁଟି ନୁହେଁ। ଏହା ଏକ ଇମୋଶନ। ତାହା ଖାଲି ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ସରକାରୀ-ବେସରକାରୀ ଠାରୁ ଆରମ୍ଭ କରି ଛୁଟି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ଯାଏଁ ଛୁଟି ସମ୍ପର୍କରେ ଜାଣିବାକୁ ମାସେ ପୂର୍ବରୁ କ୍ୟାଲେଣ୍ଡର ଚେକ୍‌ କରି ନିଅନ୍ତି। କେଉଁଦିନ କେଉଁ ଛୁଟି ପଡୁଛି ଦେଖିଲେ ସେ ଅନୁସାରେ ବୁଲିବା କିମ୍ବା କୌଣସି ଭୋଜିଭାତର ପ୍ଲାନିଂ ଆରମ୍ଭ ହୋଇଯାଏ। ତେବେ ଆପଣ ସମସ୍ତଙ୍କ ପାଇଁ ଏକ ବଡ ଖୁସି ଖବର। ଚଳିତ ମାସ ଅର୍ଥାତ୍‌ ମାର୍ଚ୍ଚରେ ଗୋଟିଏ କି ଦୁଇ ଦିନ ନୁହେଁ ୧୧ଦିନ ଛୁଟି ଅଛି।

ଫେବୃଆରୀରେ କେବଳ ରବିବାର, ମାସର ସ୍ବିତୀୟ ଓ ଶେଷ ଶନିବାର ସହ ସରସ୍ବତୀ ପୂଜା ଛୁଟି ଥିଲା। କିନ୍ତୁ ମାର୍ଚ୍ଚ ମାସରେ ୧୧ଟି ଛୁଟି ଅଛି। ଆପଣ ଯଦି ସେହିପରି କିଛି ଛୁଟି ଉପଭୋଗ ପାଇଁ ପ୍ଲାନିଂ କରିଛନ୍ତି ତେବେ ରେଡି ହୋଇଯାଆନ୍ତୁ। କାରଣ ଏଥର ହେବ ମଜା ହିଁ ମଜା।

ମାର୍ଚ୍ଚ ୩ରେ ମାସର ପ୍ରଥମ ରବିବାର ତେଣୁ ସମସ୍ତଙ୍କୁ ଛୁଟି ମିଳିବ । ଏହାପରେ ମହାଶିବରାତ୍ରୀ ଅବସରରେ ସ୍କୁଲ କଲେଜ ଛୁଟି ରହିବ । ମହାଶିବରାତ୍ରୀ ଅବସରରେ ମାର୍ଚ୍ଚ ୮ରେ ସ୍କୁଲ-କଲେଜ ବନ୍ଦ ରହିବ। କିନ୍ତୁ ପରଦିନ ଦ୍ୱିତୀୟ ଶନିବାର ପଡୁଥିବାରୁ ସେହି ଦିନଟି ବ୍ୟାଙ୍କର ଛୁଟିଦିନ ହେବ । ମାର୍ଚ୍ଚ ୧୦ ରବିବାର ପଡ଼ୁଥିବାରୁ କର୍ମଚାରୀଙ୍କୁ ମଧ୍ୟ ଏକାସାଙ୍ଗରେ ତିନି ଦିନ ଛୁଟି ମିଳିବ । ସେହିଭଳି ମାର୍ଚ୍ଚ ୧୭ ଓ ୨୪ ରବିବାର ପଡ଼ୁଛି । ମାର୍ଚ୍ଚ ୨୪ ଓ ୨୫ରେ ହୋଲିପର୍ବ ପାଳନ ହେବ । ପ୍ରଥମ ଦିନ ଦୋଳ ପୂର୍ଣ୍ଣିିମାକୁ ଦ୍ୱିତୀୟ ଦିନ ହୋଲି। ତେଣୁ ଏହି ଦିନ ସାରା ଦେଶରେ ସ୍କୁଲ ଓ ଅନ୍ୟାନ ଅନୁଷ୍ଠାନ ଛୁଟି ରହିବ । ଏହାର ଅର୍ଥ ଲଗାତାର ଦୁଇ ଦିନ ଛୁଟି ମାନେ ପୁରା ଡବଲ ମଜା। ମାର୍ଚ୍ଚ ୨୯ରେ ଗୁଡ ଫ୍ରାଇ ଡେ’ ପାଇଁ ସ୍କୁଲ ବନ୍ଦ ରହିବ । ମାର୍ଚ୍ଚ ୩୧ ରବିବାର ପଡିବ। ଏଭଳି ଭାବରେ ମାର୍ଚ୍ଚରେ ୧୧ ଦିନ ଛୁଟି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri