Categories: ବାଣିଜ୍ୟ

ପ୍ଲେ ଷ୍ଟୋରରୁ ହଟିଲା ୧୧ ଆପ୍‌

ନୂଆଦିଲ୍ଲୀ,୧୩।୭: ବର୍ତ୍ତମାନ ସାଇବାର ଅପରାଧ ମାମଲା ବଢି ଚାଲିଛି। ହ୍ୟାକର ମାନେ ବିଭିନ୍ନ ଆପ୍ଲିକେଶନ ଦ୍ୱାରା ଲୋକଙ୍କୁ ଆର୍ଥତ୍କ ଠକେଇ କରୁଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ ରଖି ଗୁଗଲ ଏହାର ପ୍ଲେ ଷ୍ଟୋରୁ ୧୧ ମୋବାଇଲ ଆପ୍‌କୁ ହଟାଇଛି। ଏହି ଆପ୍‌ଗୁଡିକ ଦ୍ୱାରା ବିଲିଂ ଠକେଇ ହେଉଥିବା ଅଭିଯୋଗ ଆସିଛି। ଏହି ଆପ୍ଲିକେଶନ ନିଜ ଫୋନରେ ରଖିଥିଲେ ଲୋକମାନେ ଏହାକୁ ତୁରନ୍ତ ହଟାଇବା ବୁଦ୍ଧିମାନର କାମ ହେବ। ଏହି ଆପ୍‌ଗୁଡିକୁ ଲୋକମାନେ ୫ ଲକ୍ଷ ଥର ଡାଉନଲୋଡ କରିଛନ୍ତି। ଚୋରୀ ମେସେଜ, ରିଲାକ୍‌ସେସନ୍‌ ମେସେଜ, ମେମୋରୀ ଗେମ୍‌, ଲଭିଂ ମେସେଜ, ଫ୍ରେଣ୍ଡ ଏସ୍‌ଏମ୍‌ଏସ୍‌, କଣ୍ଟାକ୍ଟ ମେସେଜ, କମ୍ପ୍ରେସ ଇମେଜ, ଆପ୍‌ ଲକର, ରିକଭର ଫାଇଲ, ରିମାଇଣ୍ଡ ଆଲାରାମ୍‌ ଏବଂ ଚେରୀ ମେସେଜ ଭଳି ଆପ୍‌ ପ୍ଲେ ଷ୍ଟୋରରୁ ହଟିଥିବା ଜଣାପଡିଛି। ଯଦି ଏଭଳି କୌଣସି ଆପ୍‌ ଫୋନରେ ରଖିଥାନ୍ତି ତେବେ ଏହାକୁ ହଟାଇ ଦେବାକୁ ସାଇବର ନିରାପତ୍ତା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Share