ହସ୍ପିଟାଲ ବେଡ୍‌ରେ ଲୁହ ଗଡ଼ାଉଛନ୍ତି ନାରୁ ମହାରଣା

ପୁରୀ ଅଫିସ,୨୨ା୧୦: ଓଡ଼ିଶାର ଜଣେ ଆଗଧାଡ଼ିର ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ନାରାୟଣ (ନାରୁ) ମହାରଣା। ତାଙ୍କ ପ୍ରତିଭା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ରାଜ୍ୟ ବାହାରେ ବି ସେ ସାଉଣ୍ଟିଛନ୍ତି ଅନେକ ସୁନାମ। ଏଥିପାଇଁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାର ଲାଗି ୨୦୧୭ରେ ପୁରୀ ଜିଲା ପ୍ରଶାସନ ତାଙ୍କ ନାମ ସୁପାରିସ କରିଥିଲା। ପଦ୍ମଶ୍ରୀ ମିଳିନାହିଁ ସତ, ହେଲେ ତାଙ୍କ ଚିତ୍ର ପ୍ରତିଭା ପଦ୍ମ ପରି ସବୁଆଡେ ମହକି ଯାଇଛି। ୬୯ ବର୍ଷ ବୟସରେ ବି ଥକି ପଡ଼ିି ନ ଥିବା ଏହି ବରିଷ୍ଠ ଚିତ୍ରଶିଳ୍ପୀ ଆଜି କିନ୍ତୁ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ଆର୍ଥିକ ଅନଟନ ମଧ୍ୟରେ ପେଷିି ହେଉଥିବା ଏହି ଶିଳ୍ପୀ ହସ୍ପିଟାଲ ବେଡ୍‌ରେ ପଡ଼ିି ଲୁହ ଗଡ଼ାଉଛନ୍ତି। ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ। ଏହି ଦୁର୍ଦ୍ଦିନ ସମୟରେ ମଧ୍ୟ ତାଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ସଂସ୍କୃତି ବିଭାଗ କଥା ଦୂରେ ଥାଉ, ପହଞ୍ଚତ୍ନି ଜିଲା ପ୍ରଶାସନ କିମ୍ବା ଖବର ରଖିନି ଶ୍ରୀମନ୍ଦିର ପ୍ରଶାସନ। ଏବେ ଅନିଶ୍ଚିତ ଭବିଷ୍ୟତକୁ ନେଇ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରରେ ଜୀବନ ସହ ଯୁଝୁଛନ୍ତି ଏହି ବରିଷ୍ଠ ଶିଳ୍ପୀ।

ନାରୁ ଏମିତି ଜଣେ ପ୍ରତିଭା କେବଳ କାଠ କିମ୍ବା ମାଟିରେ ନୁହେଁ, କନା କାଗଜରେ ମଧ୍ୟ ପ୍ରସ୍ତୁତ ତାଙ୍କ କଳା ରାଜ୍ୟ ବାହାରେ ବେଶ୍‌ ଆଦୃତି ଲାଭ କରିଛି। ପୁରୀର ପ୍ରାଚୀନ ଯାତ୍ରୀପଟି (କନାରେ ତିଆରି ହୁଏ) ତିଆରି କରିବାରେ ବର୍ତ୍ତମାନ ସେ ଅଦ୍ୱିତୀୟ ଶିଳ୍ପୀ। ୫୦୦ ବର୍ଷର ଏହି ପୁରାତନ ପରମ୍ପରାକୁ ସେ ଆଜି ବି ବଞ୍ଚାଇ ରଖିଛନ୍ତି। ଏତଦ୍‌ବ୍ୟତୀତ ମୃଣ୍ମୟୀ ମୂର୍ତ୍ତି (ଗୋସାଣୀ, ନାଗା, ଦୁର୍ଗା, ଗଣେଶ ଆଦି ବିଭିନ୍ନ ଦେବ ଦେବୀ) ପାରମ୍ପରିକ ଶୈଳୀରେ ନିର୍ମାଣ କରିବାରେ ସେ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ମହାପ୍ରଭୁଙ୍କ ତିନିରଥକୁ ଚିତ୍ରରେ ସଜାଇ ଆସୁଛନ୍ତି ନାରୁ। ତାଙ୍କ ତତ୍ତ୍ବାବଧାନରେ ରଥର ପାର୍ଶ୍ୱ ଦେବଦେବୀ ନିର୍ମାଣ ସାଙ୍ଗକୁ ଚିତ୍ରିତ ହୋଇଥାଏ। ସେହିପରି ପଟ୍ଟଚିତ୍ର ଶିଳ୍ପୀ ଭାବେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ଅନାଲୋଚିତ ବହୁ ବିଶିଷ୍ଟ ବ୍ୟକ୍ତି, କଳାକୃତି ଏବଂ ଐତିହ୍ୟ କୀର୍ତ୍ତିରାଜିକୁ ବର୍ଣ୍ଣନା ଅନୁସାରେ ରୂପ ଦେବାରେ ତାଙ୍କର ବିକଳ୍ପ ନାହିଁ, ଯେଉଁଥିପାଇଁ ସାମ୍ପ୍ରତିକ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ପ୍ରଥମେ ନାରୁ ଭାଇଙ୍କ ନାମ ନିଆଯାଏ।
ତାଙ୍କର କଳାକୃତି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। ୨୦୦୩ରେ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପଟ୍ଟଚିତ୍ର ପାଇଁ ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସେହିପରି କଳାମଣି ସମ୍ମାନ, ଷ୍ଟେଟ୍‌ ଡିଜାଇନ ଆୱାର୍ଡ, ଲଳିତ କଳା ଏକାଡେମୀ ସମ୍ମାନ, ଜଗନ୍ନାଥ ମହାପାତ୍ର ଶିଳ୍ପୀ ସମ୍ମାନ, ପ୍ରଜାତନ୍ତ୍ର ରଜତ ଜୟନ୍ତୀ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଥର ସମ୍ବର୍ଦ୍ଧିତ ହୋଇଛନ୍ତି।
ଓଡ଼ିଶାର ଏହି ବରିଷ୍ଠ ପ୍ରତିଭା ପ୍ରାୟ ୩ ମାସ ହେବ ରୋଗରେ ପଡ଼ିିଛନ୍ତି। ପାଖରେ ଯାହା କିଛି ଅର୍ଥ ଥିଲା ତାହା ସରିଗଲାଣି। ଚିକିତ୍ସା ପାଇଁ ଏବେ ଅଧିକ ଟଙ୍କା ଦରକାର। ହେଲେ ଟଙ୍କା କେଉଁଠୁ ଯୋଗାଡ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ପରିବାର। ସେପଟେ ମହାପ୍ରଭୁଙ୍କ ଉପରେ ଭରସା ରଖି ରୋଗ ଶଯ୍ୟାରେ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ସମର୍ପିତ ହେଉଛନ୍ତି ନାରୁ। ଏଭଳି ସମୟରେ ତାଙ୍କୁ ସାହାଯ୍ୟ ଓ ସହଯୋଗ ଦରକାର ବୋଲି ଚିକିତ୍ସାଳୟରେ ତାଙ୍କୁ ଭେଟିବା ପରେ କହିଛନ୍ତି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଏବଂ ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ। ନାରୁଙ୍କ ପୁଅ ଚିତ୍ତରଞ୍ଜନ ମଧ୍ୟ ବାପାଙ୍କ ଚିକିତ୍ସା ଲାଗି ସହଯୋଗ ଲୋଡ଼ିିଛନ୍ତି। ଜିଲା ସଂସ୍କୃତି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ଆର୍ଥିକ ସହାୟତା ଦେବା ଦରକାର ବୋଲି ଡ. ମିଶ୍ର କହିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ତାଙ୍କ ପରିବାର ପକ୍ଷରୁ ସେ ଚିକିତ୍ସିତ ହେଉଥିବାର କାଗଜପତ୍ର ଦାଖଲ କରାଗଲେ ଯଥାଶୀଘ୍ର ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅନ୍ୟପକ୍ଷରେ କେହି ବଦାନ୍ୟ ବ୍ୟକ୍ତି ଚାହିଁଲେ ନାରାୟଣଙ୍କ ବ୍ୟାଙ୍କ ଆକାଉଣ୍ଟ (Narayan Maharana, A/c- 20195282083, IFSC Code- SBIN0005763, State Bank Of India, Singhdwar Branch, Grand Road, Puri)କୁ ଆର୍ଥିକ ସହାୟତା ଦେଇପାରିବେ। କୌଣସି ସୂଚନା ପାଇଁ ତାଙ୍କ ପୁଅ ଚିତ୍ତରଞ୍ଜନଙ୍କୁ ଯୋଗାଯୋଗ (9658158311) କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri