ହସ୍ପିଟାଲ ବେଡ୍‌ରେ ଲୁହ ଗଡ଼ାଉଛନ୍ତି ନାରୁ ମହାରଣା

ପୁରୀ ଅଫିସ,୨୨ା୧୦: ଓଡ଼ିଶାର ଜଣେ ଆଗଧାଡ଼ିର ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ନାରାୟଣ (ନାରୁ) ମହାରଣା। ତାଙ୍କ ପ୍ରତିଭା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ରାଜ୍ୟ ବାହାରେ ବି ସେ ସାଉଣ୍ଟିଛନ୍ତି ଅନେକ ସୁନାମ। ଏଥିପାଇଁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାର ଲାଗି ୨୦୧୭ରେ ପୁରୀ ଜିଲା ପ୍ରଶାସନ ତାଙ୍କ ନାମ ସୁପାରିସ କରିଥିଲା। ପଦ୍ମଶ୍ରୀ ମିଳିନାହିଁ ସତ, ହେଲେ ତାଙ୍କ ଚିତ୍ର ପ୍ରତିଭା ପଦ୍ମ ପରି ସବୁଆଡେ ମହକି ଯାଇଛି। ୬୯ ବର୍ଷ ବୟସରେ ବି ଥକି ପଡ଼ିି ନ ଥିବା ଏହି ବରିଷ୍ଠ ଚିତ୍ରଶିଳ୍ପୀ ଆଜି କିନ୍ତୁ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ଆର୍ଥିକ ଅନଟନ ମଧ୍ୟରେ ପେଷିି ହେଉଥିବା ଏହି ଶିଳ୍ପୀ ହସ୍ପିଟାଲ ବେଡ୍‌ରେ ପଡ଼ିି ଲୁହ ଗଡ଼ାଉଛନ୍ତି। ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ। ଏହି ଦୁର୍ଦ୍ଦିନ ସମୟରେ ମଧ୍ୟ ତାଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ସଂସ୍କୃତି ବିଭାଗ କଥା ଦୂରେ ଥାଉ, ପହଞ୍ଚତ୍ନି ଜିଲା ପ୍ରଶାସନ କିମ୍ବା ଖବର ରଖିନି ଶ୍ରୀମନ୍ଦିର ପ୍ରଶାସନ। ଏବେ ଅନିଶ୍ଚିତ ଭବିଷ୍ୟତକୁ ନେଇ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରରେ ଜୀବନ ସହ ଯୁଝୁଛନ୍ତି ଏହି ବରିଷ୍ଠ ଶିଳ୍ପୀ।

ନାରୁ ଏମିତି ଜଣେ ପ୍ରତିଭା କେବଳ କାଠ କିମ୍ବା ମାଟିରେ ନୁହେଁ, କନା କାଗଜରେ ମଧ୍ୟ ପ୍ରସ୍ତୁତ ତାଙ୍କ କଳା ରାଜ୍ୟ ବାହାରେ ବେଶ୍‌ ଆଦୃତି ଲାଭ କରିଛି। ପୁରୀର ପ୍ରାଚୀନ ଯାତ୍ରୀପଟି (କନାରେ ତିଆରି ହୁଏ) ତିଆରି କରିବାରେ ବର୍ତ୍ତମାନ ସେ ଅଦ୍ୱିତୀୟ ଶିଳ୍ପୀ। ୫୦୦ ବର୍ଷର ଏହି ପୁରାତନ ପରମ୍ପରାକୁ ସେ ଆଜି ବି ବଞ୍ଚାଇ ରଖିଛନ୍ତି। ଏତଦ୍‌ବ୍ୟତୀତ ମୃଣ୍ମୟୀ ମୂର୍ତ୍ତି (ଗୋସାଣୀ, ନାଗା, ଦୁର୍ଗା, ଗଣେଶ ଆଦି ବିଭିନ୍ନ ଦେବ ଦେବୀ) ପାରମ୍ପରିକ ଶୈଳୀରେ ନିର୍ମାଣ କରିବାରେ ସେ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ମହାପ୍ରଭୁଙ୍କ ତିନିରଥକୁ ଚିତ୍ରରେ ସଜାଇ ଆସୁଛନ୍ତି ନାରୁ। ତାଙ୍କ ତତ୍ତ୍ବାବଧାନରେ ରଥର ପାର୍ଶ୍ୱ ଦେବଦେବୀ ନିର୍ମାଣ ସାଙ୍ଗକୁ ଚିତ୍ରିତ ହୋଇଥାଏ। ସେହିପରି ପଟ୍ଟଚିତ୍ର ଶିଳ୍ପୀ ଭାବେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ଅନାଲୋଚିତ ବହୁ ବିଶିଷ୍ଟ ବ୍ୟକ୍ତି, କଳାକୃତି ଏବଂ ଐତିହ୍ୟ କୀର୍ତ୍ତିରାଜିକୁ ବର୍ଣ୍ଣନା ଅନୁସାରେ ରୂପ ଦେବାରେ ତାଙ୍କର ବିକଳ୍ପ ନାହିଁ, ଯେଉଁଥିପାଇଁ ସାମ୍ପ୍ରତିକ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ପ୍ରଥମେ ନାରୁ ଭାଇଙ୍କ ନାମ ନିଆଯାଏ।
ତାଙ୍କର କଳାକୃତି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। ୨୦୦୩ରେ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପଟ୍ଟଚିତ୍ର ପାଇଁ ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସେହିପରି କଳାମଣି ସମ୍ମାନ, ଷ୍ଟେଟ୍‌ ଡିଜାଇନ ଆୱାର୍ଡ, ଲଳିତ କଳା ଏକାଡେମୀ ସମ୍ମାନ, ଜଗନ୍ନାଥ ମହାପାତ୍ର ଶିଳ୍ପୀ ସମ୍ମାନ, ପ୍ରଜାତନ୍ତ୍ର ରଜତ ଜୟନ୍ତୀ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଥର ସମ୍ବର୍ଦ୍ଧିତ ହୋଇଛନ୍ତି।
ଓଡ଼ିଶାର ଏହି ବରିଷ୍ଠ ପ୍ରତିଭା ପ୍ରାୟ ୩ ମାସ ହେବ ରୋଗରେ ପଡ଼ିିଛନ୍ତି। ପାଖରେ ଯାହା କିଛି ଅର୍ଥ ଥିଲା ତାହା ସରିଗଲାଣି। ଚିକିତ୍ସା ପାଇଁ ଏବେ ଅଧିକ ଟଙ୍କା ଦରକାର। ହେଲେ ଟଙ୍କା କେଉଁଠୁ ଯୋଗାଡ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ପରିବାର। ସେପଟେ ମହାପ୍ରଭୁଙ୍କ ଉପରେ ଭରସା ରଖି ରୋଗ ଶଯ୍ୟାରେ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ସମର୍ପିତ ହେଉଛନ୍ତି ନାରୁ। ଏଭଳି ସମୟରେ ତାଙ୍କୁ ସାହାଯ୍ୟ ଓ ସହଯୋଗ ଦରକାର ବୋଲି ଚିକିତ୍ସାଳୟରେ ତାଙ୍କୁ ଭେଟିବା ପରେ କହିଛନ୍ତି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଏବଂ ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ। ନାରୁଙ୍କ ପୁଅ ଚିତ୍ତରଞ୍ଜନ ମଧ୍ୟ ବାପାଙ୍କ ଚିକିତ୍ସା ଲାଗି ସହଯୋଗ ଲୋଡ଼ିିଛନ୍ତି। ଜିଲା ସଂସ୍କୃତି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ଆର୍ଥିକ ସହାୟତା ଦେବା ଦରକାର ବୋଲି ଡ. ମିଶ୍ର କହିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ତାଙ୍କ ପରିବାର ପକ୍ଷରୁ ସେ ଚିକିତ୍ସିତ ହେଉଥିବାର କାଗଜପତ୍ର ଦାଖଲ କରାଗଲେ ଯଥାଶୀଘ୍ର ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅନ୍ୟପକ୍ଷରେ କେହି ବଦାନ୍ୟ ବ୍ୟକ୍ତି ଚାହିଁଲେ ନାରାୟଣଙ୍କ ବ୍ୟାଙ୍କ ଆକାଉଣ୍ଟ (Narayan Maharana, A/c- 20195282083, IFSC Code- SBIN0005763, State Bank Of India, Singhdwar Branch, Grand Road, Puri)କୁ ଆର୍ଥିକ ସହାୟତା ଦେଇପାରିବେ। କୌଣସି ସୂଚନା ପାଇଁ ତାଙ୍କ ପୁଅ ଚିତ୍ତରଞ୍ଜନଙ୍କୁ ଯୋଗାଯୋଗ (9658158311) କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri