Categories: ଫୁରସତ

୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ

ମାନିଲା: ବୟସ ୬୦/୭୦ ହେବା ବେଳକୁ ଲୋକେ ଅଣ୍ଟା ସଳଖି ପାରନ୍ତିନି। ବସା-ଉଠା କରିବାରେ ବହୁ କଷ୍ଟ ଅନୁଭବ କରନ୍ତି। ହେଲେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ପରିଣତ ବୟସରେ ମଧ୍ୟ ଏମିତି କିଛି କରୁଛନ୍ତି, ଯାହା ଫଳରେ ସେମାନେ ଚର୍ଚ୍ଚାର ପରିସରକୁ ଆସନ୍ତି। ନିକଟରେ ଜଣେ ଟାଟୁ ଆର୍ଟିଷ୍ଟଙ୍କ ଚମତ୍କାର କଳାକୃତିକୁ ଦେଖି ସହଜରେ ତାଙ୍କ ବୟସ ବିଶ୍ୱାସ କରିହେଉନି। ରିପୋର୍ଟ ମୁତାବକ, ୧୦୬ ବର୍ଷୀୟା ଦାଦି ଗ୍ରାହକଙ୍କ ଦେହରେ ନିଖୁଣ ଭାବେ ତାଙ୍କ କଳାକୃତିର ଛାପ ଛାଡ଼ୁଛନ୍ତି। ସେ ୯୦ ବର୍ଷ ପୂର୍ବେ ଏହି ଟାଟୁ କରିବା ଆରମ୍ଭ କରିଥିଲେ। ସେ ମାରିୟା ଓଗୟେ ନାମରେ ଅଞ୍ଚଳରେ ବେଶ୍‌ ଜଣାଶୁଣା। ସେ ୧୬ ବର୍ଷ ବୟସରେ ବଟୋକ ଟାଟୁର ପାରମ୍ପରିକ କାର୍ଯ୍ୟ ତାଙ୍କ ବାପାଙ୍କଠାରୁ ଶିଖିଥିଲେ। ସେ ବସକାଲନ ନାମକ ଏକ ଗଁାରେ ଟାଟୁ କରୁଥିଲେ। ନିକଟରେ ଭୋଗ୍‌ ମାଗାଜିନ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା, ଯେଉଁଥିରେ କି ସବୁଠୁ ବୟସ୍କା ମହିଳା ଟାଟୁ ଆର୍ଟିଷ୍ଟ ଭାବେ ମାଗାଜିନ୍‌ରେ ସେ ସ୍ଥାନ ପାଇଥିଲେ।

Share