୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇପାରି ନ ଥିବାବେଳେ ଶିକ୍ଷାଦାନରେ ସମସ୍ୟା ଉପୁଜୁଛି। କେଉଁଠି ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ଅଧାପନ୍ତରିଆ ଅବସ୍ଥାରେ ରହିଛି ତ ଆଉ କେଉଁ ବିବାଦ ଯୋଗୁ ସ୍ଥାନ ନିରୂପଣ ହୋଇପାରୁ ନାହିଁ। ପ୍ରକାଶ ଯେ, ବ୍ଲକର ୩୧ ପଞ୍ଚାୟତରେ ମୋଟ ୩୦୪ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ ୨୫ଟି ମିନି ଅଙ୍ଗନୱାଡି କେନ୍ଦ୍ର। ଅଦ୍ୟାବଧି ୨ଶହ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ୧୮ଟିର ନିର୍ମାଣ କାର୍ଯ୍ୟ ଚାଲିଛି। କିଛି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ଦୀର୍ଘବର୍ଷ ହେଲା ପଡ଼ିରହିଛି। ୨୩ଟି ସ୍ଥାନରେ କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଜାଗା ମିଳିପାରୁ ନାହିଁ। ଗୋଚରରେ କେନ୍ଦ୍ର ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିଲେ କେତେକ ସ୍ଥାନରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସିଡିପିଓ ସଙ୍ଗୀତା ସିଂ କହିଛନ୍ତି। ଅପରପକ୍ଷେ ରାଜନୈତିକ ବିବାଦରୁ ୧୭ଟି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇପାରୁ ନ ଥିବା ଜଣାଯାଇଛି।
ପଞ୍ଚାୟତର ଛତ୍ରପଦା-୨ କେନ୍ଦ୍ର ଗୃହ ଭାଙ୍ଗି ପଡ଼ିଥିବାରୁ ସେଠାରେ ନୂତନ ଗୃହ ନିର୍ମାଣର ଆବଶ୍ୟକତା ଦେଖାଦେଇଛି। ବାରସର ପଞ୍ଚାୟତର ଦାସସାହିରେ କେନ୍ଦ୍ର ନ ଥିବାରୁ ଅଙ୍ଗନୱାଡି କର୍ମୀ ଶିଶୁମାନଙ୍କୁ ନିଜ ଘରେ ଶିକ୍ଷାଦାନ କରୁଛନ୍ତି। ସେହିପରି ବୋଡ଼କ ପଞ୍ଚାୟତର ସାନଓରାଳି-୧ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୫ ବର୍ଷ ହେଲା ଗ୍ରେଟ ବିମ୍‌ରେ ସୀମିତ ରହିଛି। ସାହାପୁର ପଞ୍ଚାୟତର ହାବୁଡାସିଂ, ଫତେପୁର ପଞ୍ଚାୟତର ଫତେପୁର-୨ ଓ ବାରିକବିନ୍ଧା, ବାରୋ ପଞ୍ଚାୟତର ବାରୋ-୨, ତଳଗୋପବିନ୍ଧା ପଞ୍ଚାୟତର ତଳଗୋପ-୧, ଗୋବିନ୍ଦପୁର ପଞ୍ଚାୟତର କୃତିବାସପୁର-୨ ପ୍ରମୁଖ କେନ୍ଦ୍ରଗୁଡ଼ିକରେ ବିବାଦୀୟ ସ୍ଥିତି ଉପୁଜି ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ। ତେବେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ମୋଟ ୭ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ତନ୍ମଧ୍ୟରୁ ୫ ଲକ୍ଷ ଟଙ୍କା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବାରୁ ଠିକାଦାରଙ୍କ ପାଇଁ ଏହା ସମସ୍ୟାର କାରଣ ପାଲଟିଛି। ଏଣୁ ନିର୍ମାଣ କାର୍ଯ୍ୟ କରିବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କର କହିଛନ୍ତି, ସେ ବିଡିଓ ଦାୟିତ୍ୱ ନେବା ପରେ ପ୍ରାୟ ୧୦୦ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଇଛନ୍ତି। ଅନ୍ୟସବୁ କେନ୍ଦ୍ରର ଗୃହ କିପରି ନିର୍ମାଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri