ଜିଆର୍‌ଏସ୍‌, କନିଷ୍ଠଯନ୍ତ୍ରୀଙ୍କୁ ୧ ହଜାର ଲେଖାଏ ଜରିମାନା

ଖୋର୍ଦ୍ଧା ଅଫିସ,୧୦ା୨: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସିଉଳା ମୌଜାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଚାଲିଥିବା ପ୍ରକଳ୍ପରେ ଅନିୟମିତତା, ଜବକାର୍ଡଧାରୀଙ୍କ ପରିବର୍ତ୍ତେ ମେଶିିନ କାମ କରୁଥିବା ଏବଂ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ନେଇ ଗ୍ରାମବାସୀ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଲୋକପାଳ ଏକ ମାମଲା ରୁଜୁକରି ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଗାଇଡଲାଇନ ଧାରା-୨୦୦୫ କାର୍ଯ୍ୟ ତ୍ରୁଟି ଲାଗି ଜିଆରଏସ୍‌ ଓ କନିଷ୍ଠଯନ୍ତ୍ରୀଙ୍କୁ ୧ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଏଥିସହିତ ଏଥିରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ମିଳିବା ପରେ ପ୍ରକଳ୍ପ କାମ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ କରିବା ଲାଗି କୌଣସି ବୟସ ସୀମା ନାହିଁ। ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲେ କିମ୍ବା ଗୋଷ୍ଠୀଗତ ଭାବେ ଅନ୍ୟ ଶ୍ରମିକମାନଙ୍କ ଆପତ୍ତି ଅଭିଯୋଗ ନଥିଲେ ଯେ କୌଣସି ବରିଷ୍ଠ ନାଗରିକ ଏଥିରେ କାମ କରିବେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଗାଇଡଲାଇନ ଅନୁସାରେ ଗୋଟିଏ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯିବ। ଏନେଇ ଜଣେ ବରିଷ୍ଠ ନାଗରିକ ପେନସନ ପାଉଥିଲେ ମଧ୍ୟ ଏଥିରେ କାମ ପାରିବେ। ଗୋଚର ଜମିରେ ନିର୍ମାଣ କାଯ୍ୟ ଚାଲିଥିବା ନେଇ କନିଷ୍ଠଯନ୍ତ୍ରୀ ସ୍ବୀକାର କରିଥିବା ଏବଂ ପଞ୍ଚାୟତିରାଜ ବିଭାଗର ୨୦୨୦ ଡିସେମ୍ବର ୨୯ ପ୍ରକାରେ ଚିଠି କମାଙ୍କ ନଂ.୨୦୮୦୭ ପ୍ରକାରେ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଲାଗି ଅନୁମତି ଦିଆଯାଇଛି। ତେଣୁ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ନେଇ ଅଭିଯୋଗକାରୀ ଆଣିଥିବା ଅଭିଯୋଗକୁ ରଦ୍ଦ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସିଉଳା ମୌଜାରେ ଏକ ଗୋଚର ଜମିରେ ଫିଲ୍ଡ ବଣ୍ଡିଂ ଏବଂ ପର୍କୋଲେସନ ଟ୍ୟାଙ୍କ ଯୋଜନାରେ ୨ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ମାଟିକାମ ପାଇଁ ଜବ୍‌କାର୍ଡଧାରୀଙ୍କୁ ନିୟୋଜିତ ଲାଗି ବ୍ୟବସ୍ଥା ରହିଥିବା ବେଳେ ମେଶିନରେ କାମ କରାଯାଇଛି। ବିନା ସୂଚନା ଫଳକରେ କାମ ଚାଲିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ୭୮ଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ନେଇ ମଷ୍ଟର ରୋଲରେ ଦର୍ଶାଇ ସରକାରୀ ଅର୍ଥ ହରିଲୁଟ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ୧୩ଜଣ ଜବ୍‌କାର୍ଡଧାରୀଙ୍କ ମଧ୍ୟରୁ ୪ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ନେଇ ଗତ ୬ ତାରିଖରେ ଏକାଧିକ ଗ୍ରାମବାସୀ ଲୋକପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକ୍ରମେ, ୭ ତାରିଖରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଲୋକପାଳ ଏକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିି କାମର ଯାଞ୍ଚ ସହ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ଆସିଥିବା ଅଭିଯୋଗ ଉପରେ ଜିଆର୍‌ଏସ୍‌ ଓ କନିଷ୍ଠଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଗାଇଡ୍‌ଲାଇନ ଅନୁସାରେ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇଛି କି ନାହିଁ, ଦୈନିକ ରିପୋଟ ପଞ୍ଜୀକରଣ କରାଯାଉଛି କି ତାହାର ଯାଞ୍ଚ କରିଥିଲେ। ଅଭିଯୋଗକାରୀ ଆଣିଥିବା ଅଭିଯୋଗକୁ ଆଧାର କରି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏନେଇ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ କୁହନ୍ତି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମେଶିନ ଦ୍ୱାରା କାମ ହୋଇପାରିବ ନାହିଁ। ଏହା ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କୁ ସୂଚିତ କରାଯାଇଛି। କୌଣସି ସ୍ଥାନରୁ ଅଭିଯୋଗ ଆସିଲେ ଟେକ୍ନିିକାଲ ଟିମ ଦ୍ୱାରା ତଦନ୍ତ କରାଯାଉଛି। ପଞ୍ଜୀକୃତ ଜବ୍‌କାର୍ଡଧାରୀଙ୍କୁ ନିର୍ଦ୍ଧାରିତ ପ୍ରକଳ୍ପ ମାଧ୍ୟମରେ କାମ ଯୋଗାଇ ଦିଆଯାଉଛି। ଏଥିରେ ବ୍ୟତିକ୍ରମ ହୋଇଥିବା ନେଇ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri