Posted inଜାତୀୟ

ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୨୫ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିଥିବା ଜଣାପଡିଛି। ଭାରତ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଶେଷ ବୁଲେଟିନ୍‌ ସୁଦ୍ଧା ବାତ୍ୟା ‘ବପର୍ଯ୍ୟୟ’ର ପ୍ରଭାବରେ ଗୁଜରାଟର ବିଭିନ୍ନ ସ୍ଥାନରେ ୫୨୪ରୁ ଅଧିକ ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡିଛି। ଫଳରେ ପ୍ରାୟ ୧ହଜାର ଗ୍ରାମକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଯାଇଛି। ଘୂର୍ଣ୍ଣିବଳୟ ରାଜସ୍ଥାନ ମୁହାଁଇବା ସହ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏନେଇ ୧୬ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ସନ୍ଧ୍ୟା ବେଳକୁ ଧୀରେ ଧୀରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଦେବଭୂମି ଦ୍ୱାରକା ଜିଲାରେ ଗଛ ପଡ଼ି ୩ ଜଣ ଆହତ ହୋଇଛନ୍ତି। ରାସ୍ତାରୁ ଗଛ ଓ ଉପୁଡ଼ି ପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା କାର୍ଯ୍ୟରେ ଗୁଜରାଟ ପୋଲିସ, ଏନ୍‌ଡିଆର୍‌ଏଫ୍‌ ଏବଂ ଯବାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବଡ଼ ରେକର୍ଡ କଲେ ସମ୍ରାଟ ଚୌଧୁରୀ: ପ୍ରଥମଥର ବିହାରରେ…

ପାଟନା,୧୫।୪: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri