Categories: ଖେଳ

କେକେଆର ଭର୍ସସ୍‌ ୧୦୦୦

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୩୦ ବଲରେ ୩୩ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ଅବସରରେ କେକେଆର୍‌ ବିପକ୍ଷରେ ୧ ହଜାର ରନ୍‌ ପୂରଣ କରିଛନ୍ତି ହିଟ୍‌ ମ୍ୟାନ। ଯେ କୌଣସି ଗୋଟିଏ ଫ୍ରାଞ୍ଚାଇଜ ବିପକ୍ଷରେ ଏକ ହଜାର ରନ୍‌ ପୂରଣ କରିବାରେ ରୋହିତ ଆଇପିଏଲର ପ୍ରଥମ ବ୍ୟାଟ୍ସମ୍ୟାନ।

ତେବେ ରୋହିତଙ୍କ ପରେ ଡେଭିଡ୍‌ ଓ୍ବାର୍ନର ଏହି ତାଲିକାରେ ସାମିଲ ହୋଇପାରନ୍ତି। ଅଷ୍ଟ୍ରେଲିଆନ ଓପନର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୯୪୩ ରନ୍‌ କରିଥିବା ବେଳେ କେକେଆର ବିପକ୍ଷରେ ୯୧୫ ରନ୍‌ କରିଛନ୍ତି। ଏହି ତାଲିକାରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମ। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏପର୍ଯ୍ୟନ୍ତ ୯୦୯ ରନ୍‌ କରିଛନ୍ତି।

Share