Posted inଫୁରସତ

୧୦୦ ବର୍ଷରେ ବି ନୃତ୍ୟରେ ପ୍ରବୀଣା, ବୟସର ଛାପ ସାମାନ୍ୟତମ ବାରି ହେବନି…

‘ଏମିତି କିଛି ନାହିଁ ଯାହା ମଣିଷ ପକ୍ଷେ କରିବା ଅସମ୍ଭବ’, ଏହାକୁ ଜୀବନର ମନ୍ତ୍ର ଭାବେ ଆପଣେଇ ସେ କରିଚାଲିଛନ୍ତି ଯେତେସବୁ ଅସମ୍ଭବ କାମ। ୧୦୦ ବର୍ଷ ବୟସରେ ପାଦରେ ୩-୪ ଇଞ୍ଚର ହାଈ ହିଲ ପିନ୍ଧି ସେ ନାଚି ପାରନ୍ତି ବେଶ୍‌ ଆରାମରେ। ସେପୁଣି ଏମିତି ସେମିତି ନାଚ ନୁହେଁ ବଲ୍‌ରୁମ୍‌ ଡ୍ୟାନ୍ସ। ସେଇଥିପାଇଁ ତ ସେ ପୃଥିବୀର ସବୁଠାରୁ ବୟସ୍କା ବଲ୍‌ରୁମ୍‌ ଡ୍ୟାନ୍ସର ଭାବେ ଡ୍ବାର୍ଲଡ ରେକର୍ଡ କରିଛନ୍ତି। ୮୭ ବର୍ଷ ବୟସରେ ସେ ଏହି ଡ୍ୟାନ୍ସ କରିବା ଆରମ୍ଭ କରି ଖୁବ୍‌ ଶୀଘ୍ର ଦକ୍ଷ ହୋଇଯାଇଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ୭୫୦ଟି ନୃତ୍ୟ ପ୍ରତିଯୋଗିତାରେ ତ ସେ ପ୍ରଥମ ହୋଇଛନ୍ତି।

୯୬ ବର୍ଷ ବୟସରେ ସେ ୨୭ ବର୍ଷୀୟ ଡ୍ୟାନ୍ସ ପାର୍ଟନର ଭାର୍ଡ ମାର୍ଗର଼୍ୟାନଙ୍କ ସହ ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ ଶୋ’ରେ ଅଂଶଗ୍ରହଣ କରିଥିଲେ। ଆଉ ଜଜ୍‌ମାନେ ଠିଆ ହୋଇ ତାଙ୍କ ଟ୍ୟାଲେଣ୍ଟକୁ ସମ୍ମାନ ଜଣାଇଥିଲେ। ୧୦୦ ବର୍ଷ ବୟସରେ ସେ ଆଥଲେଟା ନାମକ ଫିଟନେସ୍‌ କ୍ଲଥ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ବି ହୋଇଥିଲେ। ଏହାବାଦ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ଯୋଗ ଇନ୍‌ଷ୍ଟ୍ରକଟର୍‌ ମଧ୍ୟ। ୮ ବର୍ଷ ବୟସରୁ ସେ ଯୋଗ ଶିଖିବା ଆରମ୍ଭ କରିଥିଲେ। ଯୋଗଶିକ୍ଷା ପ୍ରତି ତାଙ୍କର ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି କରାଯାଇଛି। ତାଙ୍କ ବାପା ଜର୍ମାନୀର ହୋଇଥିବାବେଳେ ମା’ ଭାରତୀୟ। ତେବେ ତାଓ ଜନ୍ମ ବେହା ପରେ ପରେ ତାଙ୍କ ମା’ ମୃତ୍ୟୁବରଣ କରିଥିଲେ। ତାଙ୍କ ଜନ୍ମ ପଣ୍ଡିଚେରୀରେ ହୋଇଥିଲା।  ଯୁବାବସ୍ଥାରେ ସେ ମଡେଲ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଲଣ୍ଡନ ଚାଲିଯାଇଥିଲେ। ସେଠାରେ ସେ କ୍ୟାବରେ ଡ୍ୟାନ୍ସର ହୋଇଥିଲେ। ପରେ ସେ ଆମେରିକା ଚାଲିଯାଇଥିଲେ। ଆଉ ହଲିଉଡ୍‌ ଫିଲ୍ମରେ ଅଭିନୟ ବି କରିଥିଲେ। ତେବେ ୧୦୧ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri