Categories: ଖେଳ

ପିଙ୍କ୍‌ ବଲ ଟେଷ୍ଟରେ ଯୋଗ ଦେବେ ଶତ ପ୍ରତିଶତ ଦର୍ଶକ

ବେଙ୍ଗାଲୁରୁ,୧୧।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ୍‌ ବଲ ଭିତ୍ତିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍‌ ପାଇଁ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛି କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ)।

“କେଏସ୍‌ସିଏ ଖୁସିର ସହିତ ଜଣାଇବାକୁ ଯାଉଛି ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ୧୨ରୁ ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦିବା-ରାତ୍ର ଟେଷ୍ଟକୁ ଭଲ ପ୍ରତିକ୍ରିୟା ମିଳିଛି। କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ଦର୍ଶକଙ୍କ ପାଇଁ କୌଣସି କଟକଣା ନଥିବାରୁ କେଏସ୍‌ସିଏ ଟିକେଟ୍‌ ବିକ୍ରି ଆରମ୍ଭ କରିବ” ବୋଲି କେଏସ୍‌ସିଏ ଟ୍ରେଜରର ବିନୟ ମୃତ୍ୟୁଞ୍ଜୟ କହିଛନ୍ତି।

Share