ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁର ୭ ଦିନ ମଧ୍ୟରେ ଜନ୍ମ ନେଲେ ୧୦୦ ‘ନସରାଲ୍ଲା’

ବେରୁଟ୍‌,୩।୧୦: ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଅନେକ ମୁସଲମାନ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଲୋକମାନେ କହିଥିଲେ ଯେ ଯଦି ଇସ୍ରାଏଲ ଜଣେ ହସନ ନାସରାଲ୍ଲାଙ୍କୁ ହତ୍ୟା କରେ, ତେବେ ହଜାର ହଜାର ଲୋକ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରସ୍ତୁତ ରହିବେ। ଏବେ ଇରାକରେ ପ୍ରାୟ ୧୦୦ ନବଜାତ ଶିଶୁଙ୍କ ନାମ ନସରାଲ୍ଲା ରଖାଯାଇଛି।
ଇରାକର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ନସରାଲ୍ଲା ନାମକ ୧୦୦ ପିଲାଙ୍କ ଜନ୍ମ ପଞ୍ଜିକୃତ ହୋଇଛି। ସୂଚନାଯୋଗ୍ୟ, ଇରାକର ଲୋକମାନେ ହାସନ ନସରାଲ୍ଲାଙ୍କ ସମ୍ମାନାର୍ଥେ ଏହି ପଦକ୍ଷେପ ନେଇଛନ୍ତି।
ସେପ୍ଟେମ୍ବର ୨୭ରେ, ହେଜବୋଲ୍ଲା ମୁଖ୍ୟଙ୍କୁ ଇସ୍ରାଏଲର ସେନା ଦ୍ୱାରା ବେରୁଟ୍‌ର ଦହିୟେହରେ ହତ୍ୟା କରାଯାଇଥିଲା। ହେଜବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲ ବିରୋଧରେ ଏକ ଫ୍ରଣ୍ଟ ଖୋଲିଛି। ବେରୁଟରେ ହୋଇଥିବା ଆକ୍ରମଣରେ ହାସନ ନସରାଲ୍ଲାଙ୍କ ସମେତ ୨୦ରୁ ଅଧିକ ଶୀର୍ଷ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସୈନ୍ୟ ଦାବି କରିଛନ୍ତି।
ଇସ୍ରାଏଲର ଚ୍ୟାନେଲ ୧୨ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଦାବି କରିଛି। ଚ୍ୟାନେଲ କହିଛି ଯେ ଶ୍ୱାସରୁଦ୍ଧ ହେତୁ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ନସରାଲ୍ଲା ଉପସ୍ଥିତ ଥିବା ବଙ୍କର ଉପରେ ଇସ୍ରାଏଲ ଦ୍ରୁତ ବିମାନ ଆକ୍ରମଣ କରିଥିଲା। ବିଷାକ୍ତ ଗ୍ୟାସ ବଙ୍କରରେ ପ୍ରବେଶ କଲା। ଗ୍ୟାସ ଯୋଗୁଁ ନସରାଲ୍ଲା ଶ୍ୱାସରୁଦ୍ଧ ହୋଇ ମରିଗଲେ ବୋଲଇ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri