ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁର ୭ ଦିନ ମଧ୍ୟରେ ଜନ୍ମ ନେଲେ ୧୦୦ ‘ନସରାଲ୍ଲା’

ବେରୁଟ୍‌,୩।୧୦: ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଅନେକ ମୁସଲମାନ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଲୋକମାନେ କହିଥିଲେ ଯେ ଯଦି ଇସ୍ରାଏଲ ଜଣେ ହସନ ନାସରାଲ୍ଲାଙ୍କୁ ହତ୍ୟା କରେ, ତେବେ ହଜାର ହଜାର ଲୋକ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରସ୍ତୁତ ରହିବେ। ଏବେ ଇରାକରେ ପ୍ରାୟ ୧୦୦ ନବଜାତ ଶିଶୁଙ୍କ ନାମ ନସରାଲ୍ଲା ରଖାଯାଇଛି।
ଇରାକର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ନସରାଲ୍ଲା ନାମକ ୧୦୦ ପିଲାଙ୍କ ଜନ୍ମ ପଞ୍ଜିକୃତ ହୋଇଛି। ସୂଚନାଯୋଗ୍ୟ, ଇରାକର ଲୋକମାନେ ହାସନ ନସରାଲ୍ଲାଙ୍କ ସମ୍ମାନାର୍ଥେ ଏହି ପଦକ୍ଷେପ ନେଇଛନ୍ତି।
ସେପ୍ଟେମ୍ବର ୨୭ରେ, ହେଜବୋଲ୍ଲା ମୁଖ୍ୟଙ୍କୁ ଇସ୍ରାଏଲର ସେନା ଦ୍ୱାରା ବେରୁଟ୍‌ର ଦହିୟେହରେ ହତ୍ୟା କରାଯାଇଥିଲା। ହେଜବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲ ବିରୋଧରେ ଏକ ଫ୍ରଣ୍ଟ ଖୋଲିଛି। ବେରୁଟରେ ହୋଇଥିବା ଆକ୍ରମଣରେ ହାସନ ନସରାଲ୍ଲାଙ୍କ ସମେତ ୨୦ରୁ ଅଧିକ ଶୀର୍ଷ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସୈନ୍ୟ ଦାବି କରିଛନ୍ତି।
ଇସ୍ରାଏଲର ଚ୍ୟାନେଲ ୧୨ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଦାବି କରିଛି। ଚ୍ୟାନେଲ କହିଛି ଯେ ଶ୍ୱାସରୁଦ୍ଧ ହେତୁ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ନସରାଲ୍ଲା ଉପସ୍ଥିତ ଥିବା ବଙ୍କର ଉପରେ ଇସ୍ରାଏଲ ଦ୍ରୁତ ବିମାନ ଆକ୍ରମଣ କରିଥିଲା। ବିଷାକ୍ତ ଗ୍ୟାସ ବଙ୍କରରେ ପ୍ରବେଶ କଲା। ଗ୍ୟାସ ଯୋଗୁଁ ନସରାଲ୍ଲା ଶ୍ୱାସରୁଦ୍ଧ ହୋଇ ମରିଗଲେ ବୋଲଇ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri