Posted inଜାତୀୟ

୧୦୦ ଲିଭ ଇନ ଯୋଡ଼ା କଲେ ସୁରକ୍ଷା ଆବେଦନ: ହାଇକୋର୍ଟଙ୍କ ବଢ଼ିଲା ଚିନ୍ତା…

ଚଣ୍ଡିଗଡ଼,୫।୬ : ମଣିଷର ଆବଶ୍ୟକତା ତାଙ୍କୁ ଏପରି ସ୍ଥିତିରେ ପହଞ୍ଚାଇଛି ଯେଉଁଠାରେ କିଛି ଯୁବବର୍ଗମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା କଷ୍ଟକର ହୋଇପଡିଛି। ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ଯୋଗୁ ଲିଭ୍‌ ଇନରେ ରହୁଥିବା ଶହ ଶହ ଯୁବବର୍ଗଙ୍କ ପାର୍ଇ ବିପଦ ସୃଷ୍ଟି ହୋଇଛି। ଫଳରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ବିପଦକୁ ଅନୁଭବ କରି ଏଭଳି ଯୁବବର୍ଗମାନେ ସୁରକ୍ଷା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଛନ୍ତି। ଗତ ଚାରି ଦିନ ଧରି ହାଇକୋର୍ଟରେ ଏହି ପ୍ରସଙ୍ଗରେ ବିତର୍କ ଚାଲିଛି, କିନ୍ତୁ ବିଚାରପତିମାନେ ନିଷ୍ପତ୍ତ ନେବା ସ୍ଥିତିରେ ପହଞ୍ଚି ପାରି ନାହାନ୍ତି। ବିଚାରପତିଙ୍କ ସାମ୍ନାରେ ଏହି ପରିସ୍ଥିତି ଉପୁଜିଥିଲା କାରଣ ହାଇକୋର୍ଟରୁ ସୁରକ୍ଷା ମାଗୁଥିବା ଯୁବବର୍ଗମାନେ ଲଭ ଇନରେ ରହୁଛନ୍ତି ମାତ୍ର ସେମାନେ ପୂର୍ବରୁ ବିବାହିତ ।

ଏହି ଯୁବବର୍ଗମାନେ କହିଛନ୍ତି ସେମାନେ ପୂର୍ବରୁ ବିବାହିତ ଥିଲେ, କିନ୍ତୁ ଚାକିରି ସନ୍ଧାନରେ ସହର ଛାଡ଼ିବାକୁ ପଡ଼ିଲା । ନୂଆ ସହରରେ ସେମାନେ ଲିଭ-ଇନରେ ରହିବା ଆରମ୍ଭ କଲେ । ସେମାନଙ୍କ ସମ୍ମୁଖରେ ଥିବା ସମସ୍ୟା ହେଉଛି ଏହି ସମ୍ପର୍କକୁ କେଉଁ ନାମ ଦେବା? ସେମାନଙ୍କର ସମ୍ପର୍କ ସମାଜ ଉପରେ କ’ଣ ପ୍ରଭାବ ପକାଇବ? ଏହାକୁ ଆଇନଗତ କିମ୍ବା ବେଆଇନ ଭାବେ ବିବେଚନା କରାଯିବ କି? ଏହି ପ୍ରଶ୍ନଗୁଡିକ ଉପରେ ବିତର୍କ ଗତ ଚାରି ଦିନ ଧରି ହାଇକୋର୍ଟରେ ଚାଲିଛି। ହାଇକୋର୍ଟ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରି ନାହାନ୍ତି। ଦ୍ୱନ୍ଦ୍ୱରେ ପଡ଼ିଥିବା ବିଚାରପତିମାନେ ବର୍ତ୍ତମାନ ଭାରତର ଅତିରିକ୍ତ ସୋଲିସିଟର ଜେନେରାଲ ସତ୍ୟପାଲ ଜେନା, ହରିୟାଣାର ଆଡଭୋକେଟ ଜେନେରାଲ ବି.ଆର ମହାଜନ, ପଞ୍ଜାବର ଡେପୁଟି ଆଟର୍ନି ଜେନେରାଲ ଜେଏସ ଆରୋରା ଏବଂ ୟୁ.ଟି ଚଣ୍ଡିଗଡ଼ର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପିଏସ ପାଲଙ୍କୁ ଏହି ପ୍ରସଙ୍ଗରେ ମତାମତ ଦେବାକୁ କହିଛନ୍ତି।

ଏହି ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା ଯେତେବେଳେ ଲିଭ ଇନରେ ରହୁଥିବା ୧୦୦ ଦମ୍ପତି ବିବାହ କରିଥିଲେ ମଧ୍ୟ ବିଭିନ୍ନ ସମୟରେ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ପୂର୍ବରୁ ବିବାହ କରିସାରିଛନ୍ତି, କିନ୍ତୁ ଛାଡପତ୍ର ନ ହୋଇ ଅନ୍ୟ ସମ୍ପର୍କରେ ରହିବାକୁ ଲାଗିଲେ। ଏହାର ଫଳାଫଳ କ’ଣ ହେବ ସେମାନେ ଚିନ୍ତା କରି ନାହାନ୍ତି। ବର୍ତ୍ତମାନ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଛନ୍ତି।
୨ ଜୁନ ୨୦୨୩ ରେ, ଆଡଭୋକେଟ ମାୟଙ୍କ ଗୁପ୍ତା ଏବଂ ଆଡଭୋକେଟ ଅମିତ ବନସାଲଙ୍କ ସହାୟତାରେ ସିନିୟର ଆଡଭୋକେଟ ଆର.ଏସ ବାଇନ୍ସ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଜଣେ ବ୍ୟକ୍ତିର ଜୀବନ ଏବଂ ସ୍ବାଧୀନତା ଅଧିକାରକୁ କୌଣସି ବାଧା ଦିଆଯାଇପାରିବ ନାହିଁ। ସେ ବିବାହିତ କି ନୁହେଁ, ସମାଜ ତାଙ୍କୁ ଗ୍ରହଣ କରେ କି ନାହିଁ ତାହା ପଛ କଥା। ତଥାପି ସେମାନଙ୍କୁ ସୁରକ୍ଷା ଦେବା ରାଜ୍ୟର ଦାୟିତ୍ୱ ଅଟେ। ଏଥି ସହିତ ପ୍ରଶ୍ନ ମଧ୍ୟ ହେଉଛି କୌଣସି ବ୍ୟକ୍ତି ତାଙ୍କ ହାତରେ ଆଇନ ଗ୍ରହଣ କରିବାର ଅଧିକାର ନାହିଁ। ଏହା ଉପରେ ଜଷ୍ଟିସ ସଞ୍ଜୟ ବୈଷ୍ଣବ ସମସ୍ତ ପିଟିଶନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଥିବାବେଳେ ସମ୍ପୃକ୍ତ ପୋଲିସ କର୍ତ୍ତୃପକ୍ଷ ପ୍ରତ୍ୟେକ ମାମଲାର ଅଧ୍ୟୟନ କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଥିଲେ। ଏହି ବିତର୍କରେ ଜଡିତ ଓକିଲମାନେ କହିଛନ୍ତି ଆବେଦନକାରୀଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥିଲେ ମଧ୍ୟ ତାଙ୍କୁ ଧାରା ୨୧ ଅନୁଯାୟୀ ସୁରକ୍ଷା ଦିଆଯିବା ଉଚିତ। ଯଦି ଏହା ଘଟେ, ତେବେ ଏହା ସମାଜରେ ଅତିରିକ୍ତ ବୈବାହିକ ସମ୍ପର୍କକୁ ଉତ୍ସାହିତ କରିବ କି?

ବିବାହ ସତ୍ତ୍ୱେ ଲିଭ ଇନରେ ରହୁଥିବା ଏହି ଦମ୍ପତିମାନେ ହାଇକୋର୍ଟରେ ଧାରା ୨୨୬ ଅନୁଯାୟୀ ଆବେଦନ କରିଛନ୍ତି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ ଆବେଦନକାରୀମାନେ କହିଛନ୍ତି ସେମାନଙ୍କ ପ୍ରତି ବାହାର ଲୋକଙ୍କ ବିପଦ ଅଛି। କିନ୍ତୁ ଏହାର କୌଣସି ଠୋସ ପ୍ରମାଣ ନାହିଁ। ଆବେଦନକାରୀମାନେ ନିଜ ପରିବାରଠାରୁ ବିପଦରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri