ବ୍ରହ୍ମପୁର, ୨୨।୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ସଦର ରେଞ୍ଜ ଏସପି ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସହର ପ୍ରବେଶ ପଥ ପୃଥକ ସ୍ଥାନରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଛି। ଦୁଇଟି ମାମଲାରେ ଦୁଇଟି ଗାଡ଼ି ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିଛି। ଅଭିଯୁକ୍ତଙ୍କୁ ଜେରାବେଳେ ସେମାନେ ଉକ୍ତ ଗଞ୍ଜେଇ ଗଜପତିରୁ ଆଣି ବ୍ରହ୍ମପୁର ଦେଇ ଖୋର୍ଦ୍ଧା ଚାଲାଣ କରୁଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଇନ୍ସପେକ୍ଟର ଅର୍ଜୁନ ମଲିକଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଓ ଅନ୍ୟଟି ବଡବ୍ଜ଼ାର ଥାନା ଅନ୍ତର୍ଗତ ଫାଷ୍ଟଗେଟରେ ଯାନବାହନ ଯାଞ୍ଚ କରିଥିଲେ। ଆମ୍ବଗଡରେ ଚଢଉ କରି ଏକ ବୋଲେରୋ ସହ କ୍ରିଷ୍ଣା ବେହେରା ଓ ଏସ. ଅନିଲ କୁମାର ଦୋରାଙ୍କୁ ଗିରଫ କରିବା ସହ୫୦ କେଜି ଗଞ୍ଜେଇ ଜବତ କରିଥିଲା। ସେହିପରି ଅନ୍ୟ ଏକ ଟିମ ଫାଷ୍ଟଗେଟ ଛକରୁ ଏକ କାର ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ମଧ୍ୟ ୫୦ କେଜି ଗଞ୍ଜେଇ ଜବତ କରିଥିଲା। ୪ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ଚଢଉରେ ଏସଆଇ ସଙ୍ଗୀତା ମହାପାତ୍ର, ସସ୍ମିତା ମଲିକ, ଏଏସଆଇ ସନ୍ତୋଷ କୁମାର ପାଢୀ, ଅଜୟ କୁମାର ସାହୁ, ସନ୍ତୋଷ କୁମାର ତ୍ରିପାଠୀ, କନେଷ୍ଟେବଳ, ମନୋରଞ୍ଜନ ମହାପାତ୍ର, ସରୋଜ କୁମାର ପରିଜା, ଦିବ୍ୟ ରଞ୍ଜନ କହଁର ଓ ଡ଼ି. ହରିବନ୍ଧୁ ପ୍ରମୁଖ ସାମିଲ ଥିଲେ।

