ପୋଖରୀ ପୋତାହେବାରୁ ପାଣିଘେରରେ ୧୦୦ ପରିବାର

ପଟ୍ଟାମୁଣ୍ଡାଇ,୨୩ା୮ (ସ୍ବ. ପ୍ର.):ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଥିବା ପାରମ୍ପରିକ ଜଳାଶୟ ଅସ୍ତିତ୍ୱ ହରାଇବାକୁ ବସିଛି। ବ୍ଲକର ଶାସନ ପଞ୍ଚାୟତ ପୋଖରୀସାହିରେ ପୋଖରୀ ପୋତାହେବାରୁ ଶହେ ପରିବାର ପାଣିଘେରରେ ରହିଛନ୍ତି। ଏ ନେଇ ପଞ୍ଚାୟତବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ପାରମ୍ପରିକ ଜଳଉତ୍ସଗୁଡିକର ପୁନରୁଦ୍ଧାର ପାଇଁ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଅମୃତ ସରୋବର ଯୋଜନା କରିଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି।
ଅଭିଯୋଗକାରୀଙ୍କ ମଧ୍ୟରୁ ଆଶିଷ କୁମାର ମଲ୍ଲିକ କୁହନ୍ତି, ଶାସନ ପଞ୍ଚାୟତ ପୋଖରୀସାହିରେ ଶହେରୁ ଊର୍ଦ୍ଧ୍ୱ ଦଳିତ ପରିବାର ବାସ କରୁଛନ୍ତି। ଗ୍ରାମର ରାସ୍ତା ଲଘୁଚାପଜନିତ ଲଗାଣ ବର୍ଷାରେ ବୁଡ଼ିଯାଇଛି। ଗ୍ରାମର ମଧ୍ୟସ୍ଥଳରେ ଥିବା ପୋଖରୀ ଜଳ ନିଷ୍କାସନର ଏକ ମାତ୍ର ମାଧ୍ୟମ ଥିବା ବେଳେ ତାହା ଚଳିତବର୍ଷ ଖରାଦିନେ ପୋତି ଦିଆଯାଇଛି। ଫଳରେ ବର୍ଷାଜଳ ନିଷ୍କାସନ ବାଟ ବନ୍ଦ ହୋଇଯିବାରୁ ପାଣି ଜମି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଏଠାରେ ବସବାସ କରିଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିର ଲୋକମାନେ ପାଣି ନିଷ୍କାସନ ପାଇଁ ଦାବିକରି ଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଅପରପକ୍ଷେ ଗ୍ରୀଷ୍ମଋତୁରେ ଲୋକମାନଙ୍କ ସ୍ନାନ, ଶୌଚ, ପଶୁପକ୍ଷୀଙ୍କ ବ୍ୟବହାର ପାଇଁ ଗଁାର ଲୋକମାନେ ପୋଖରୀ ପାଣି ଉପରେ ନିର୍ଭର କରିଥାଆନ୍ତି। ନିକଟରେ ଥିବା ବ୍ରାହ୍ମଣୀ ନଦୀରେ କୁମ୍ଭୀର ଭୟ ରହି ଥିବାରୁ ସାହିବାସୀଙ୍କ ପୋଖରୀ ସାହା ଭରସା ଥିଲା। ଗ୍ରୀଷ୍ମ ଓ ବର୍ଷାଋତୁରେ ଏହି ପୋଖରୀ ସାହିବାସୀଙ୍କ ପାଇଁ ବରଦାନ ଥିବା ବେଳେ ପଞ୍ଚାୟତିରାଜ ବିଭାଗ କିପରି ପୋତିଦେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଲଘୁଚାପ ଲଗାଣବର୍ଷା ଯୋଗୁ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଣି ଜମି ରହିଥିବାରୁ ବର୍ଷାଦିନେ ପିଲାମାନଙ୍କ ପାଠପଢାରେ ଡୋରି ବନ୍ଧା ହେଉଛି। ଏ ନେଇ ଗ୍ରାମର ମନୋଜ ମଳିକ, ଶରତ ମଳିକ, ବନ୍ଧୁ ମଳିକ, ବିଜୟ ମଳିକ, ଉତ୍ତମ ମଳିକ, କବିତା ମଳିକ, ସତ୍ୟଭାମା ମଳିକ, ସୁଚିତ୍ର ମଳିକ, କୋଇଲି ମଳିକ, ସଞ୍ଜୁ ମଳିକ, ଲତା ମଳିକ ପ୍ରମୁଖ ପଟ୍ଟାମୁଣ୍ଡାଇ ତହସିଲଦାର, ବିଡିଓ ଓ କେନ୍ଦ୍ରାପଡ଼ା ଉପଜିଲାପାଳଙ୍କୁ ପୋଖରୀର ପୁନଃ ଖୋଳାଯିବା ସହ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ଲିଖିତ ଅଭିଯୋଗ କରିଛନ୍ତି।
ସାମାଜିକ କର୍ମୀ ପ୍ରତାପ ପାଢ଼ୀ କୁହନ୍ତି, ରାଜ୍ୟରେ ଯେଉଁଠି ଜଳ ସଙ୍କଟ ଦେଖାଯାଉଛି, ସେଠାରେ ଲୋକେ ପାନୀୟ ଜଳ ପାଇବାରେ ସମସ୍ୟା ହେଉଛି। ଅଗ୍ରାଧିକାର ଭିତ୍ତିରେ ପୋଖରୀ ଖୋଳାଯିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ପ୍ରତ୍ୟେକ ଜିଲାରେ ୭୫ଟି ଲେଖାଏ ଅମୃତ ସରୋବର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ପ୍ରତି ଜିଲାରେ ୭୫ଟି ଲେଖାଏ ପୋଖରୀ ଖୋଳାଯିବା ନେଇ ଜିଲାପାଳଙ୍କୁ ଜମି ଚିହ୍ନଟ କରି ତାଲିକା ଦେବାକୁ କୁହାଯାଇଛି। ସାରା ରାଜ୍ୟରେ ଏଭଳି ୨୨୫୦ଟି ପୋଖରୀ ବା ଅମୃତ ସରୋବର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରକଳ୍ପ କାମ ଏପ୍ରିଲ ୨୪ରେ ଆରମ୍ଭ କରିବା ସହ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ସାରିବାକୁ କୁହାଯାଇଛି। ମାତ୍ର ପୋଖରୀସାହିରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ପକ୍ଷରୁ ପୋଖରୀ ପୋତା ଯୋଜନା କାର୍ଯ୍ୟକାରୀ କରାଯାଇ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏହା ଶୁଭାରମ୍ଭ କରାଯାଇଛି। ଏ ବାବଦରେ ଶାସନ ସରପଞ୍ଚ ସଂଗ୍ରାମ କେଶରୀ ବାରିକଙ୍କୁ ପଚାରିବାରେ ପୋଖରୀସାହିରେ ଜଳ ନିଷ୍କାସନ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ଏହାର ସମାଧାନ ପାଇଁ ପୋଖରୀର ଦକ୍ଷିଣ ପାର୍ଶ୍ୱରେ କିଛି ଅଂଶ ପୋତି ଏକ ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri