ଭାଜପା ସରକାରକୁ ପୂରିଛି ୧୦୦ ଦିନ: ସଫଳତା ବଖାଣିଲେ ମନମୋହନ

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):ଦୀର୍ଘ ୬୦ ବର୍ଷ ପରେ ଏକମାତ୍ର ନେତା ଭାବେ ନରେନ୍ଦ୍ର ମୋଦି ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏକ କ୍ଷୁଦ୍ର ଗ୍ରାମରେ ଜନ୍ମ ନେଇ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଓ ବିକାଶ କାର୍ଯ୍ୟ ପାଇଁ ଦେଶର ରାଜନୀତିରେ ସ୍ଥିରତାର ବାତାବରଣ ସମ୍ଭବ ହୋଇଛି। ଗତ ୧୦ ବର୍ଷରେ ବିଶ୍ୱର ୧୦ଟି ରାଷ୍ଟ୍ର ମୋଦିଙ୍କୁ ସେମାନଙ୍କ ‘ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ’ରେ ସମ୍ମାନିତ କରିଛନ୍ତି। ଏହା ଭାରତବାସୀଙ୍କୁ ଗୌରବାନ୍ବିତ କରିଛି। ସେହିପରି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଭାଜପା ସରକାର ୧୦୦ ଦିନ ପୂର୍ତ୍ତି କରିବ। ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି। ରାଜ୍ୟବାସୀଙ୍କ ବିଶ୍ୱାସକୁ ନେଇ ଭାଜପା ସରକାର କାମ କରିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ମୋଦି ଗତ ୧୦ ବର୍ଷରେ ଗରିବ ବାସହୀନଙ୍କୁ ପକ୍କାଘର, ଶୌଚାଳୟ, ଗ୍ୟାସ୍‌, ବିଜୁଳି, ୫ କେଜି ଚାଉଳ ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି ା ଦୀନ୍‌ଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଙ୍ଗଠିତ କରାଯିବା ସହ ୯୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଦୂତ ସାଜିଛନ୍ତି। ଏହାସହ ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶ୍ୱକର୍ମା ଯୋଜନାକୁ ତ୍ୱରାନ୍ବିତ କରାଯାଇଛି। ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି ଏବଂ ଏଥିରେ ଆସନ୍ତା ୫ ବର୍ଷରେ ୪.୧୦ କୋଟି ଯୁବକ ଉପକୃତ ହେବେ ା ଗତ ୧୦ ବର୍ଷରେ ପିଏମ୍‌ କିଷାନ ଯୋଜନା ଅନ୍ତର୍ଗତ ୯.୫ କୋଟି କୃଷକଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨.୩୩ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି ା ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନକୁ ଠିକ୍‌ ଭାବେ ବିନିଯୋଗକରି ଦେଶ ଓ ରାଜ୍ୟର ବିକାଶ କରାଯିବ ବୋଲି ମନମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

T20 ବିଶ୍ୱକପର ସୁପର-୮ ନିୟମକୁ ନେଇ ହେଲାଣି ହଙ୍ଗାମା, ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ‘ସୁପର ୮’ ଗ୍ରୁପ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ଆଇସିସିର ନିୟମ…

୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା: ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି ନୂଆଁ କଥା ନୁହେଁ। ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହା ଚାଲି ଆସୁଥିବା ଅଭିଯୋଗ ହୋଇଛି।…

ବିମାନ ବନ୍ଦରରେ ଏମିତି କିଛି କଥା କହିଲେ ଅନୁଷ୍କା, ହସ ରୋକି ପାରିଲେନି ବିରାଟ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବର୍ତ୍ତମାନ ଭାରତରେ ଅଛନ୍ତି। ସେମାନଙ୍କ ଗସ୍ତ ସମୟରେ, ସେମାନେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମ ପରିଦର୍ଶନ…

ଥାଳ ଧରି ବୁଲୁଛି ପାକିସ୍ତାନ, କିନ୍ତୁ ‘ରାଣୀ’ ମରିୟମ କିଣୁଛନ୍ତି ଏତେ ଟଙ୍କାର ବିମାନ, ଜାଣନ୍ତୁ ନୱାଜ ସରିଫଙ୍କ ରାଜକୁମାରୀ କେତେ ଧନୀ

ଇସଲାମାଦାଦ,୨୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ବିମାନ କିଣିବାକୁ ନେଇ ଖବରରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri