୨ ବିଡିଓଙ୍କ ସମେତ ୧୦ ଜଣଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୭ା୧୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ଓ ବିରୁହଁା ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବ୍ୟାପକ ହରିଲୁଟ ସମ୍ପର୍କରେ ପର୍ଦ୍ଦାଫାଶ ହୋଇଛି। ଅନେକ ସରକାରୀ ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଲୁଚାଇବା ପାଇଁ ଏହି ୨ ପଞ୍ଚାୟତର ଫାଇଲ୍‌ ପୋଡ଼ି ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ଭିଜିଲାନ୍ସ ତଦନ୍ତ ରିପୋର୍ଟ ଆଧାରରେ ଲୋକାୟୁକ୍ତ ୨ ଜଣ ବିଡିଓଙ୍କ ସମେତ ୧୦ ଜଣଙ୍କୁ ଆସନ୍ତା ଡିସେମ୍ବର ୯ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜିପିଟିଏ ପ୍ରଦୋଷ ରଞ୍ଜନ ଦାସ, ଆକାଉଣ୍ଟାଣ୍ଟ ବେଣୁଧର ନାୟକ, ଦଶରଥପୁର ପୂର୍ବତନ ବିଡିଓ ନାରାୟଣ ଚନ୍ଦ୍ର ନାୟକ, ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଳ, ବିରୁହାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାନୁମତୀ ମଲ୍ଲିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ବେହେରା, ଜିପିଟିଏ ଅମିୟ କୁମାର ରାଉତ, ପୂର୍ବତନ ଜୁନିୟର ଇଞ୍ଜିନିୟର ମାନସ ରଞ୍ଜନ ପଣ୍ଡା, ଦଶରଥପୁର ପୂର୍ବତନ ବିଡିଓ ଦେବରାଜ ସେଠୀ, ନନ୍ଦିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନବକିଶୋର ମଲ୍ଲିକ ରହିଛନ୍ତି।
ଯାଜପୁର ଜିଲା ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ଓ ବିରୁହାଁ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ମୋ ଗୁହାଳ, ଆବାସ, ରାସ୍ତା, ବୃକ୍ଷରୋପଣ ଆଦି ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଫଳରେ ଯାଜପୁର ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଏହାର ତଦନ୍ତ କରିବାକୁ କାର୍ଯ୍ୟସୂଚୀ ସ୍ଥିର କରିଥିଲେ। ହେଲେ ଏହା ପୂର୍ବରୁ ୧୭ା୪ା୨୦୨୧ ପୂର୍ବାହ୍ନ ୧୦ଟାରେ ଦୁଇ ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ ଲାଗି ଫାଇଲ୍‌ ପୋଡ଼ି ଯାଇଥିଲା। ଏନେଇ ବିଡିଓ ଓ ସରପଞ୍ଚଙ୍କ ନାମରେ କେତେଜଣ ସାମାଜିକ କର୍ମୀ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ଠିକ ନ ହେବାରୁ ବିଜୟ କେତନ ମହାପାତ୍ର ଓ ପ୍ରତାପ କୁମାର ନାୟକ ଲୋକାୟୁକ୍ତରେ ୭୦୩/୨୦୨୧ରେ ଏକ ମାମଲା ରୁଜୁ କରିଥିଲେ। ଲୋକାୟୁକ୍ତ ଏହି ଘଟଣାର ଛାନ୍‌ଭିନ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ବିଭାଗ ତଦନ୍ତ କରି ଦାଖଲ କରିଥିବା ରିପୋର୍ଟ ଆଧାରରେ ଲୋକାୟୁକ୍ତ ଗତ ଅକ୍ଟୋବର ୧୭ରେ ଉପରୋକ୍ତ ୧୦ ଜଣଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଭିଜିଲାନ୍ସ ତଦନ୍ତରେ ନନ୍ଦିପୁର ପଞ୍ଚାୟତର ୨୦ଟି ଓ ବିରୁହାଁ ପଞ୍ଚାୟତର ୧୮ଟି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଏହି ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାଜ୍ୟ ସରକାର ଓ ଯାଜପୁର ଜିଲା ପ୍ରଶାସନକୁ ପତ୍ରସଂଖ୍ୟା ୧୧୭୫/୨୮ା୯ା୨୨ରେ ଅବଗତ କରାଯିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri