Posted inଜାତୀୟ

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଛି। ଉକ୍ତ କମିଟି ପାଇଁ ପ୍ରସ୍ତାବିତ ନାମକୁ ପରିବେଶ ମନ୍ତ୍ରଣାଳୟ ସମର୍ଥନ କରୁଥିବା ସର୍ବୋଚ୍ଚ ଅଦାଲତଙ୍କୁ ସତ୍ୟପାଠ ଜରିଆରେ ଜଣାଇଛି। କମିଟିରେ ଭାରତର ବନ ସେବା, ଭୂତାତ୍ତ୍ୱିକ ସର୍ବେକ୍ଷଣ ଏବଂ ସର୍ଭେ ଅଫ୍‌ ଇଣ୍ଡିଆର କାର୍ଯ୍ୟରତ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ଶିକ୍ଷାବିତ୍‌ଙ୍କୁ ନିଆଯିବ। କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ପ୍ରସ୍ତାବିତ ଉକ୍ତ ନାମ ବ୍ୟତୀତ ଅନ୍ୟ କାହା ନାମକୁ ସାମିଲ କରାଯାଇ ନ ଥିବା ମନ୍ତ୍ରଣାଳୟ କହିଛି। ଭାରତୀୟ ବନ ଗବେଷଣା ଓ ଶିକ୍ଷା ପରିଷଦର ବର୍ତ୍ତମାନର ମହାସଚିବ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ଆରାବଳୀ ପାର୍ବତମାଳାର ବିସ୍ତୃତ ତଥା ବିଶ୍ଳେଷଣାତ୍ମକ ଅନୁଧ୍ୟାନ, ଷ୍ଟେକ୍‌ହୋଲ୍ଡରଙ୍କ ପରାମର୍ଶ ସମେତ ସମସ୍ତ ଦିଗକୁ ବିଶେଷଜ୍ଞମାନେ ବିଚାରକୁ ନେବେ ବୋଲି ସତ୍ୟପାଠରେ କୁହାଯାଇଛି। ୧୯୯୧ ବ୍ୟାଚ୍‌ର ଭାରତୀୟ ବନ ସେବା ମଧ୍ୟପ୍ରଦେଶ କ୍ୟାଡରର ଅଫିସର କାଞ୍ଚନ ଦେବୀଙ୍କର ଜଙ୍ଗଲ ଶିକ୍ଷା ଓ ଗବେଷଣା, ବନ୍ୟପ୍ରାଣୀ ଓ ଜଙ୍ଗଲ ନୀତି ଉପରେ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ଏଫ୍‌ଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ସୁଭାଷ ଆଶୁତୋଷ, ଜିଏସ୍‌ଆଇର ପୂର୍ବତନ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଶର୍ମା, ଜଳବାୟୁ ଓ ଶକ୍ତି ନୀତି ବିଶେଷଜ୍ଞ ତେଜଲ କାନିତ୍କାର, ବରିଷ୍ଠ ଶିକ୍ଷାବିତ୍‌ ଜୟପ୍ରକାଶ ଯାଦବ, ବରିଷ୍ଠ ଭୂଗୋଳବିତ୍‌ ତେଜବୀର ସିଂ ରାଣା, ପୂର୍ବତନ ଅତିରିକ୍ତ ସର୍ଭେୟର ଜେନେରାଲ ଏସ୍‌.ଭି. ସିଂ, ଗୁଜରାଟର ପୂର୍ବତନ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସି.ଏନ୍‌. ପାଣ୍ଡେ ଏବଂ ନାଗାଲାଣ୍ଡର ପୂର୍ବତନ ପିସିସିଏଫ୍‌ ଧର୍ମେନ୍ଦ୍ର ପ୍ରକାଶ କମିଟିର ସଦସ୍ୟ ଅଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ନିଜେ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

ପାରାଦୀପରୁ ଫେରିଲେ ବିଧାୟକ: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

IPL 2026 ବଡ଼ ଧମାକା କରିବେ ବୈଭବ ସୂର୍ଯ୍ୟବଂଶୀ! ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୬।୩: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକାଙ୍କ ମଧ୍ୟରୁ ଜଣେ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ପ୍ରମୁଖ ଲକ୍ଷ୍ୟ ସହିତ 2026 IPL ସିଜିନରେ ଆରମ୍ଭ କରିବାକୁ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri