ମାଲାବାରରେ ୧୦ ଦିନିଆ ‘ଅନ୍‌କଟ ଜୁଏଲେରି ଶୋ’

ଭୁବନେଶ୍ୱର,୨୩ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର ଶହୀଦ ନଗର ପକ୍ଷରୁ ଏକ ୧୦ ଦିନିଆ ‘ଅନ୍‌କଟ ଜୁଏଲେରି ଶୋ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବ୍ରାଣ୍ଡ୍‌ର ପ୍ରମୁଖ ଗ୍ରାହକ, ଷ୍ଟୋର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ଶୋ’ର ଉଦ୍‌ଘାଟନ କରାଯାଇଥିଲା। ଉକ୍ତ ଶୋ’ ଚଳିତ ବର୍ଷ ଜାନୁୟାରୀ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଶହୀଦ ନଗର ଷ୍ଟୋରରେ ଜାରି ରହିବ। ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୨ କ୍ୟାରେଟ ସୁନା ଗହଣାର ଏକ୍ସଚେଞ୍ଜ ଉପରେ ୦%ର ରିହାତି ସୁବିଧା ଗ୍ରାହକଙ୍କୁ ଦିଆଯାଉଛି।

ସେହିଭଳି ଉକ୍ତ ଶୋ’ରେ ବ୍ରାଣ୍ଡ୍‌ ପ୍ରମୁଖ ଡିଜାଇନ ତଥା ଅନ୍‌କଟ ଡାଇମଣ୍ଡ ଜୁଏଲେରି ‘ଏରା’ର ପ୍ରଦର୍ଶନ ସହ ବିକ୍ରୟ କରାଯାଉଛି। ଏ ସମ୍ପର୍କରେ ମାଲାବାର ଗ୍ରୁପର ଓଡ଼ିଶା ବାଣିଜି୍ୟକ ମୁଖ୍ୟ ସିଦ୍ଧେଶ୍ୱର ରଥ କହିଥିଲେ, ଆଗାମୀ ପାର୍ବଣ ଓ ବିବାହ ଋତୁକୁ ନଜରରେ ରଖି କମ୍ପାନୀ ଅନେକ ଆକର୍ଷଣୀୟ ଅଫର ସାଙ୍ଗକୁ ଅଳଙ୍କାର ପ୍ରଦର୍ଶନୀ କରାଉଛି। ଫଳରେ ଗ୍ରାହକ ସେମାନଙ୍କର ଚାହିଦା ଓ ଆବଶ୍ୟକତା ସହ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦକୁ ଭଲ ଭାବେ ଦେଖିବା ସହ କ୍ରୟ ମଧ୍ୟ କରିବା ନେଇ ଆଶା କରାଯାଉଛି ବୋଲି ରଥ ମତପ୍ରକାଶ କରିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ବ୍ରାଣ୍ଡ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଫଳରେ ବ୍ରାଣ୍ଡ୍‌ ଆଗାମୀ ଦିନରେ ଆହୁରି ସେବା ଓ ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇବ ବୋଲି ଷ୍ଟୋର ହେଡ୍‌ ତଥା କମ୍ପାନୀର ପ୍ରତିନିଧି ଅସନାଫ ମତ ପ୍ରକାଶ କରିଥିଲେ। ଏପରିକି ବ୍ରାଣ୍ଡ୍‌ର ଚାହିଦା ଦେଶ ବିଦେଶରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ମାଲାବାରର ୨୯୦ରୁ ଅଧିକ ଷ୍ଟୋର ରହିଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅସନାଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri