କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାମାୟଣ ନାଟକ ଦେଖିବାକୁ ଯାଇଥିବା ୨୦ ଜଣ ମଞ୍ଚରେ ଶଟ୍‌ସର୍କିଟ ହୋଇ ଆର୍ଥିଂ ହେବାରୁ ବିଦ୍ୟୁତ ସଂସ୍ପର୍ଶରେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗଣେଶ ପ୍ରଧାନ, ଚନ୍ଦନ ବିଶାଳ, ରୁଦ୍ର ପ୍ରଧାନ, ଶମ୍ଭୁ ନାୟକ, ଆକାଶ ଦାସ, ଶିଳ୍ପା ଦାସ, କ୍ରିଷ୍ଣା ଦାସ,ବଳରାମ ଦାସ,ଶୁଭମ ବେହେରା,ଓମ୍‌ ଦାସ,ଭାସ୍କର ପ୍ରଧାନ, ଅନିଲ ଦାସ, ଶ୍ରୀନୁ ଦାସ,ତେଜ ସିନି ଦାସ,ସଚିନ ଦାସ,ପୂର୍ଣ୍ଣ ଦାସ,ଅମୃତ ଦାସ,ମିକି ଦାସ,ପ୍ରତାପ ବେହେରା ଏବଂ ଶିବରାମ ବିଷୋୟୀ। ଆହତଙ୍କ ମଧ୍ୟରେ ୧୦ ଜଣ ନାବାଳିକା/ନାବାଳକ ଥିବା ଜଣାପଡ଼ିଛି। ଖବର ପାଇ ସରପଞ୍ଚ ଶିବରାମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୮ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କ୍ରିଷ୍ଣା ଦାସ ଏବଂ ବଳରାମ ଦାସଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଥିବା ସରପଞ୍ଚ ଜଣାଇଛନ୍ତି।

ଗ୍ରାମର ଦଳିତ ସାହିରେ ଥିବା ମା’ ଗ୍ରାମଦେବତୀ ମନ୍ଦିର ପୁନରୁଦ୍ଧାର ପରେ ସାହି ବାସିନ୍ଦାଙ୍କ ଉଦ୍ୟମରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୯ ତାରିଖ ଠାରୁ ଚାଲିଥିଲା। ଯଜ୍ଞ ପୂର୍ଣ୍ଣାହୁତି ଦିବସ ଶନିବାର ରାତିରୁ ସାହିରେ ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ପୌରାଣିକ ରାମାୟଣ ନାଟକ ପରିବେଷଣ କରାଯାଇଥିଲା। ରବିବାର ମଧ୍ୟାହ୍ନରେ ବର୍ଷା ହେବା ଫଳରେ ଅଧାରୁ ନାଟକ ମଧ୍ୟ ବନ୍ଦ ହୋଇଥିଲା। ପୁଣିଥରେ ନାଟକ ପରିବେଷଣ କରାଯିବା ପଶି ବିଦ୍ୟୁତ୍‌ ସଂଯୋଗ ବନ୍ଦ କରି ନ ଥିଲେ। ଏହି ସମୟରେ ନାବାଳିକା ନାବାଳକମାନେ ମଞ୍ଚ ତଳେ ଓ ଉପରେ ଚଢ଼ି ଖେଳୁଥିବା ବେଳେ ଲୁହା ଓ ଷ୍ଟିଲରେ ନିର୍ମିତ ମଞ୍ଚରେ ବିଦ୍ୟୁଦ୍‌ ଶଟ୍‌ସର୍କିଟ ହୋଇ ଆର୍ଥିଂ ହେବାରୁ ଏଭଳି ଅଘଟଣ ଘଟିଥିଲା। ପିଲାମାନଙ୍କ ଚିତ୍କାର ଶୁଣି ବିଦ୍ୟୁତ୍‌ ସଂଯୋଗ କଟାଯାଇ ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଖବରପାଇ ଦିଗପହଣ୍ଡି ତହସିଲଦାର ଅନୀତା ସାହୁ , ବିଡିଓ ଡ. ଚିତ୍ତରଞ୍ଜନ ଦାସ, ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତରମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ୮ ଜଣ ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ଅନ୍ୟ ୧୨ ଜଣ ଚିକିତ୍ସା ପରେ ଘରକୁ ଫେରିଥିଲେ। ସ୍ଥାନୀୟ ସରପଞ୍ଚ ଶିବରାମ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ନକୁଳ ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସେଠୀ, ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ବିଷୋୟୀ ପ୍ରମୁଖ ଆହତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସେମାନଙ୍କୁ ସାନ୍ତ୍ୱନା ଦେବା ସହ ପୋଲିସ ପ୍ରଶାସନକୁ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri