କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାମାୟଣ ନାଟକ ଦେଖିବାକୁ ଯାଇଥିବା ୨୦ ଜଣ ମଞ୍ଚରେ ଶଟ୍‌ସର୍କିଟ ହୋଇ ଆର୍ଥିଂ ହେବାରୁ ବିଦ୍ୟୁତ ସଂସ୍ପର୍ଶରେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗଣେଶ ପ୍ରଧାନ, ଚନ୍ଦନ ବିଶାଳ, ରୁଦ୍ର ପ୍ରଧାନ, ଶମ୍ଭୁ ନାୟକ, ଆକାଶ ଦାସ, ଶିଳ୍ପା ଦାସ, କ୍ରିଷ୍ଣା ଦାସ,ବଳରାମ ଦାସ,ଶୁଭମ ବେହେରା,ଓମ୍‌ ଦାସ,ଭାସ୍କର ପ୍ରଧାନ, ଅନିଲ ଦାସ, ଶ୍ରୀନୁ ଦାସ,ତେଜ ସିନି ଦାସ,ସଚିନ ଦାସ,ପୂର୍ଣ୍ଣ ଦାସ,ଅମୃତ ଦାସ,ମିକି ଦାସ,ପ୍ରତାପ ବେହେରା ଏବଂ ଶିବରାମ ବିଷୋୟୀ। ଆହତଙ୍କ ମଧ୍ୟରେ ୧୦ ଜଣ ନାବାଳିକା/ନାବାଳକ ଥିବା ଜଣାପଡ଼ିଛି। ଖବର ପାଇ ସରପଞ୍ଚ ଶିବରାମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୮ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କ୍ରିଷ୍ଣା ଦାସ ଏବଂ ବଳରାମ ଦାସଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଥିବା ସରପଞ୍ଚ ଜଣାଇଛନ୍ତି।

ଗ୍ରାମର ଦଳିତ ସାହିରେ ଥିବା ମା’ ଗ୍ରାମଦେବତୀ ମନ୍ଦିର ପୁନରୁଦ୍ଧାର ପରେ ସାହି ବାସିନ୍ଦାଙ୍କ ଉଦ୍ୟମରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୯ ତାରିଖ ଠାରୁ ଚାଲିଥିଲା। ଯଜ୍ଞ ପୂର୍ଣ୍ଣାହୁତି ଦିବସ ଶନିବାର ରାତିରୁ ସାହିରେ ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ପୌରାଣିକ ରାମାୟଣ ନାଟକ ପରିବେଷଣ କରାଯାଇଥିଲା। ରବିବାର ମଧ୍ୟାହ୍ନରେ ବର୍ଷା ହେବା ଫଳରେ ଅଧାରୁ ନାଟକ ମଧ୍ୟ ବନ୍ଦ ହୋଇଥିଲା। ପୁଣିଥରେ ନାଟକ ପରିବେଷଣ କରାଯିବା ପଶି ବିଦ୍ୟୁତ୍‌ ସଂଯୋଗ ବନ୍ଦ କରି ନ ଥିଲେ। ଏହି ସମୟରେ ନାବାଳିକା ନାବାଳକମାନେ ମଞ୍ଚ ତଳେ ଓ ଉପରେ ଚଢ଼ି ଖେଳୁଥିବା ବେଳେ ଲୁହା ଓ ଷ୍ଟିଲରେ ନିର୍ମିତ ମଞ୍ଚରେ ବିଦ୍ୟୁଦ୍‌ ଶଟ୍‌ସର୍କିଟ ହୋଇ ଆର୍ଥିଂ ହେବାରୁ ଏଭଳି ଅଘଟଣ ଘଟିଥିଲା। ପିଲାମାନଙ୍କ ଚିତ୍କାର ଶୁଣି ବିଦ୍ୟୁତ୍‌ ସଂଯୋଗ କଟାଯାଇ ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଖବରପାଇ ଦିଗପହଣ୍ଡି ତହସିଲଦାର ଅନୀତା ସାହୁ , ବିଡିଓ ଡ. ଚିତ୍ତରଞ୍ଜନ ଦାସ, ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତରମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ୮ ଜଣ ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ଅନ୍ୟ ୧୨ ଜଣ ଚିକିତ୍ସା ପରେ ଘରକୁ ଫେରିଥିଲେ। ସ୍ଥାନୀୟ ସରପଞ୍ଚ ଶିବରାମ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ନକୁଳ ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସେଠୀ, ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ବିଷୋୟୀ ପ୍ରମୁଖ ଆହତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସେମାନଙ୍କୁ ସାନ୍ତ୍ୱନା ଦେବା ସହ ପୋଲିସ ପ୍ରଶାସନକୁ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri