ପିପିଲି ଲଢ଼େଇରେ ୧୦ ପ୍ରାର୍ଥୀ, ୧୦୨ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ

ପୁରୀ ଅଫିସ,୪।୪: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଦୀପକ କୁମାର ଦାସ ଓ ସମ୍ବିତ ପଟ୍ଟନାୟକ। ଶନିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପୂର୍ବରୁ ୩ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ମଧ୍ୟ ହୋଇଛି। ତେଣୁ ମୋଟ ୧୫ ଜଣଙ୍କ ମଧ୍ୟରୁ ୧୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ରହିଥିବା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ମୁକ୍ତ ଓ ଅବାଧ ନିର୍ବାଚନକୁ ନିଶ୍ଚିତ କରିବା ଉପରେ ଜିଲା ପ୍ରଶାସନ ଜୋର ଦେଉଛି। କୌଣସି ସ୍ଥାନରେ ଅପ୍ରୀତିକର ପରିବେଶ ଦେଖାଦେଲେ ପିପିଲି ବିଡିଓ ଓ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନିର୍ବାଚନ କମିଶନ କାର୍ଯ୍ୟକର୍ତ୍ତା ଏନେଇ ତ୍ୱରିତ ପଦକ୍ଷେପ ନେଉଛନ୍ତି। ସେହିଭଳି ପୋଲିସ ପ୍ରଶାସନ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ଚୂଡ଼ାନ୍ତ ୧୦ପ୍ରାର୍ଥୀଙ୍କ ପୋଷ୍ଟାଲ୍‌ ବାଲଟ୍‌ ପେପର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଫର୍ମ ନମ୍ବର-୭ ଏ’ରେ ପ୍ରତିଯୋଗୀଙ୍କ ତାଲିକା ଏସ୍‌ପିଙ୍କ ଅଫିସକୁ ପଠାଯାଇଛି। ଏହାପରେ ବାଲଟ୍‌ ପେପର ତିଆରି ହେବ। ଅନ୍ୟପକ୍ଷରେ ପୋଲିଂ ଦାୟିତ୍ୱରେ ଥିବା କର୍ମଚାରୀ ଓ ନୋଡାଲ୍‌ ଅଫିସରଙ୍କ ତାଲିମ ମଧ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ତାଲିମ ଶିବିରରେ ୮୩୫ଜଣ କର୍ମଚାରୀ ଯୋଗ ଦେଇଛନ୍ତି। ନିର୍ବାଚନକୁ ସୁରୁଖୁରୁରେ ଚଳାଇବାନେଇ ସମସ୍ତ ପ୍ରସଙ୍ଗ ଉପରେ ନୋଡାଲ୍‌ ଅଫିସରଙ୍କୁ ସୂଚନା ଦିଆଯାଇଛି। ବୁଥ୍‌ରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ଜିଲା ପ୍ରଶାସନ ସହ ଯୋଗାଯୋଗ କରିବା ନେଇ ମଧ୍ୟ ଷ୍ଟ୍ରଙ୍ଗ ରୁମ୍‌ ପ୍ରସ୍ତୁତ ହୋଇଛି। ଉପନିର୍ବାଚନ ଦାୟିତ୍ୱରେ ଥିବା ୮୩୫ ସରକାରୀ କର୍ମଚାରୀଙ୍କ ଟିକାକରଣ କରାଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ମଣ୍ଡଳୀରେ ଭୋଟିଂ ଦିନ କୋଭିଡ୍‌ ନିୟମ ମାନିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଭୋଟରମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ଭୋଟଦାନ କେନ୍ଦ୍ରକୁ ଆସନ୍ତୁ ବୋଲି ଅତିରିକ୍ତ ଜିଲାପାଳ ନିବେଦନ କରିଛନ୍ତି।

ପିପିଲି ନିର୍ବାଚନମଣ୍ଡଳୀରେ ୧୦୨ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ୧୭୪ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ, ୨୬ ବୁଥ୍‌ରେ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଶନିବାର ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପିପିଲି ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ମୋଟ ୧୭୪୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। କୋଭିଡ୍‌ ମହାମାରୀ ସମୟରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରୁଥିବାରୁ ସମ୍ମୁଖ କର୍ମୀଭାବେ ସମସ୍ତଙ୍କୁ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ସେମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ତାଲିମ ପ୍ରଦାନ କରାଯାଇଛି। ୮୦ବର୍ଷରୁ ଊର୍ଦ୍ଧ୍ୱ, ଦିବ୍ୟାଙ୍ଗ ଭୋଟର ଏବଂ ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତ ଭୋଟରଙ୍କ ନିମନ୍ତେ ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ ଗ୍ରହଣର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୦୭୭ ଜଣ ଭୋଟର ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ ଦେବାକୁ ଆବେଦନ କରିଛନ୍ତି। ସେଥିରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ ବାଲଟ୍‌ ନିମନ୍ତେ ଜଣେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଲୋହାନୀ କହିଛନ୍ତି।

ଏହି ଉପନିର୍ବାଚନରେ ୩,୦୦୬ ଜଣ ଦିବ୍ୟାଙ୍ଗ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କୁ ଭୋଟଗ୍ରହଣ କେନ୍ଦ୍ରକୁ ନେବାଆଣିବା କରିବା ନିମନ୍ତେ ୧୦୨ଟି ଅଟୋରିକ୍ସାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୩୪୮ଟି ହୁଇଲଚେୟାର ସହ ଜଣେ ଲେଖାଏ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ବ୍ରେଲି ଡମି ବାଲଟ୍‌ ପେପର ରଖାଯିବାର ବ୍ୟବସ୍ଥା ହୋଇଛି। ପିପିଲି ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଆଇଏଏସ ଏମ. ଭୀରା ବ୍ରହ୍ମାୟା ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ କୁଲଓ୍ବନ୍ତ ସିଂ ଜିଲା ସଦର ମହକୁମାରେ ରହି ନିର୍ବାଚନ କାର୍ଯ୍ୟ ତଦାରଖ କରୁଛନ୍ତି। ନିର୍ବାଚନ ନିମନ୍ତେ ୩ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବ। କୋଭିଡ୍‌ ପରିପ୍ରେକ୍ଷୀରେ ସର୍ବାଧିକ ନିରାପଦ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri