୧୦.୩୧ ଲକ୍ଷ ହିତାଧିକାରୀଙ୍କୁ ମିଳିବ କାର୍ଡ

ବରଗଡ,୧୨।୪(ପ୍ରେମାନନ୍ଦ ଖମାରୀ): ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ଏବିପିଏମ୍‌ଜେଏଓ୍ବାଇ)ର ନୂଆ ଏକକ କାର୍ଡ ବିତରଣର ଜିଲାସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ବରଗଡ଼ ଗୋରୁ ମାର୍କେଟ ପରିସରରେ ଅନୁଷ୍ଠିତ ହେଇଯାଇଛି। ବରଗଡ଼ ବିଧାୟକ ଅଶିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ରାଜ୍ୟ ସରକାର ସଦାସର୍ବଦା ରାଜ୍ୟର ସାଧାରଣ ଲୋକଙ୍କ ସେବା ପାଇଁ ଚେଷ୍ଟିତ। ଏହି ପ୍ରରିପ୍ରେକ୍ଷୀରେ ଲୋକଙ୍କ ସରକାର ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଉନ୍ନତ ମାନର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ପରିବାରର ସମସ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣାରେ ଇ-କେୱାଇସି କରିବାଠାରୁ ଆରମ୍ଭ କରି ଏହି ଏକକ କାର୍ଡ ସମସ୍ତଙ୍କ ଘରେ ନେଇ ଦିଆଯିବ। ତେଣୁ କେହି ବ୍ୟସ୍ତ ନ ହୋଇ ସରକାରଙ୍କ ଉପରେ ଭରସା ରଖିବାକୁ ସେ କହିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ କରିବା ସହ ସୂଚାର ରୂପେ ସମସ୍ତଙ୍କ ଘରେ କାର୍ଡ ବଣ୍ଟନ କରିବା ପାଇଁ ଜିଲା ପ୍ରଶାସନ ତତ୍ପରତାର ସହିତ କାର୍ଯ୍ୟ କରିବ ବୋଲି କହିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ଜିଲାପାଳ ଗୋୟଲ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା ଏବଂ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ପ୍ରଶାନ୍ତ କିଶୋର ଦାଶ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଥିଲେ, ଓ ଜନସାଧାରଣଙ୍କ ପାଇଁ ସମନିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ସମଗ୍ର ଓଡ଼ିଶାରେ କାର୍ଯ୍ୟକାରୀ କରାଗଲା। ଏହି ସମନିତ ଯୋଜନରେ ରାଜ୍ୟର ୧.୦୩ କୋଟି ପରିବାରର ୩.୦୬ କୋଟି ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କ ନିମନ୍ତେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିସା ମିଳିବ। ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କର କାର୍ଡ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ। ନୂତନ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ସମସ୍ତ ଜି.ଯେ.ଏ.ୱାଇ ହିତାଧିକାରୀ ତାଲିକା ଭୁକ୍ତ ହସ୍ପିଟାଲ ଗୁଡିକରେ ନିଜର ଆଧାର କାର୍ଡ ଏବଂ ବର୍ତ୍ତମାନ ପାଖରେ ଉପଲବ୍ଧ ଥିବା ପୁରୁଣା ସ୍ବାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିସା ପାଇପାରିବେ। ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସମଗ୍ର ଦେଶରେ ୨୯୦୦୦ ହଜାର ତାଲିକାଭୁକ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିସା ପାଇପାରିବେ। ଯେକୋଣସି ପ୍ରଶ୍ନ ପାଇଁ, ହିତାଧିକାରୀମାନଙ୍କୁ ଟୋଲ ଫ୍ରି ନମ୍ବର ୧୦୪ ଏବଂ ୧୫୫୩୬୯ରେ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦିଆଯାଉଛି।
ସୂଚନଯୋଗ୍ୟ, ଶୁକ୍ରବାର ବରଗଡ଼ ଜିଲାର ମୋଟ ୪୮ ଗୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ହଜାରେରୁ ଅଧିକ ଲୋକ ଯୋଗଦେଇ ଆଭାସୀ ମଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରତି ସଭାସ୍ଥଳରେ ୨୫ଜଣ ଯୋଗ୍ୟ ହିତାଧିକାରୀଙ୍କୁ କମ୍ବୋକିଟ୍ସ ଓ କାର୍ଡ ବଣ୍ଟନ କରାଯାଇଥିଲା। ଏହି କ୍ରମରେ ବରଗଡ ଜିଲାରୁ ସର୍ବମୋଟ ୧୦ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥିବୃନ୍ଦ ଏକ ସ୍ବାସ୍ଥ୍ୟ ସଚେତନା ରଥର ଶୁଭାରମ୍ଭ କରାଥିଲେ। ଏହି ସଚେତନତା ରଥ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଜିଲାର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ପରିସରରେ କାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସମ୍ବଳିତ ଅଡିଓ ବାର୍ତ୍ତା ଏବଂ ପ୍ରଚାର ପତ୍ର ବଣ୍ଟନ କରିବା ସହ ଲୋକଙ୍କୁ ସଚେତନ କରିବ।
ବରପାଲି,(ଚିତ୍ତରଞ୍ଜନ ସାହୁ):
ବରପାଲି ବ୍ଲକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏ.ବି.ପିଏମ୍‌. ଜେ.ଏ.ଓ୍ବାଇ, ଜେ.ଜେ.ଏ.ଓ୍ବାଇ ଏବଂ ଏ.ଭି.ଭି.ଓ୍ବାଇର ଶୁଭାରମ୍ଭ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କଟକଠାରେ ଉପସ୍ଥିତ ରହି ଶୁଭାରମ୍ଭ କଲାପରେ ଏହାର କାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ତୁଳଣ୍ଡିରେ ବାରଗୁଡ଼ା, ଭାଟିଗାଁ, କାଇଁଶିର, ଖେମେସରା, ପଟକୁଳୁଣ୍ଡା, ରେମତା, ସତଲମା,ତୁଳଣ୍ଡି ଗ୍ରାମ ପଞ୍ଚାୟତ ଓ ଏନଏସି ବରପାଲିର ୫୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ।
ଝାରବନ୍ଧ:(ଦେବେନ୍ଦ୍ର ସାହୁ):
ଝାରବନ୍ଧଠାରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁଶାନ୍ତ ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଡା ଲମ୍ବୋଦର ପଣ୍ଡା,ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ଅରୁଣ ଭୋଇ ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ଥିବା ବେଳେ ଜଗଦଲପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ମନୋରଞ୍ଜନ ସୁନାଙ୍କ ସଂଯୋଜନାରେ ଆୟୁଷ୍ମାନ କାର୍ଡ ବଣ୍ଟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri