ଯାଞ୍ଚ ବେଳେ କାରରୁ ମିଳିଲା ୧. ୨୨ କୋଟି, ୨୨ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର ଅଫିସ, ୧୦।୮: ୩ଜଣ ବ୍ୟବସାୟୀଙ୍କ କାରରୁ ମିଳିଲା ୧କୋଟି ୨୨ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁରରେ। ଅବକାରୀ ବିଭାଗ ଚଢ଼ାଉ କରୁଥଥିବା ସମୟରେ ଏହି ଟଙ୍କା ମିଳିଥିଲା। ତେବେ କାରରେ ଥିବା ୩ଜଣ ବ୍ୟବସାୟୀ ବ୍ରହ୍ମପୁରରେ ସୁନା କାରବାର କରି ଏହି ଟଙ୍କା ପାଇଥିବା ପୋଲିସକୁ କହିଥିଲେ। ପରେ ଉକ୍ତ ଟଙ୍କା ସହ ୩ଜଣ ବ୍ୟକ୍ତିଙ୍କୁ ଅବକାରୀ ପୋଲିସ ବୈଦ୍ୟନାଥପୁର ଥାନାକୁ ପଠାଇଥିଲେ। ପୋଲିସ ସେମାନଙ୍କୁ ଅଧିକ ଜେରା ପରେ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କ ନିକଟରୁ ୨୨ଟି ସୁନା ବିସ୍କୁଟ ଜବତ କରିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରୁ ବ୍ୟବସାୟୀମାନେ ବ୍ରହ୍ମପୁରରେ ଉକ୍ତ ସୁନା ବିସ୍କୁଟ ବିକ୍ରି କରି ବଟଙ୍କା ନେଇ ଯାଉଥିବା ବେଳ ଅବକାରୀ ପୋଲିସ ସେମାନଙ୍କୁ ଧରିଥିଲେ। ବ୍ୟବସାୟୀମାନେ ଜିଏସ୍‌ଟି ଫାଙ୍କି ବ୍ୟବସାୟ କରୁଥିବା ଜଣାପଡ଼ିଛି। ପୋଲିସ ଜିଏସ୍‌ଟି ବିଭାଗକୁ ଏ ନେଇ ଖବର ଦେଇଛି।