ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର, ପ୍ରସ୍ତୁତ ତାରିଖ ଓ ବ୍ୟବହାର ତାରିଖ ଆଦି ଲେଖା ଯାଇ ନ ଥିଲା। ପ୍ରାୟ ୨ ମାସ ହେଲା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟିରେ ଥିଲେ ମଧ୍ୟ ନିଜର ତ୍ରୁଟି ସଂଶୋଧନ କରାଯାଇ ନ ଥିଲା। ଏ ନେଇ ଆରଏମ୍‌ସି ଏବଂ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନୋଟିସ ମଧ୍ୟ ଜାରି କରାଯାଇଥିଲା।

ଶେଷରେ ଗୁରୁବାର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲଙ୍କ ଉପସ୍ଥିତିରେ ଆର୍‌ଏମ୍‌ସି ସହାୟକ ଆୟୁକ୍ତ ଅଜିତ ପଟ୍ଟନାୟକ, ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରା, ଦୀକ୍ଷା ଦେ, ମୋନାଲିସା ଟପ୍ପୋ ପ୍ରମୁଖ ରାଉରକେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ରେନ୍‌ବୋ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିକୁ ଅର୍ନିଦ୍ଦିଷ୍ଟକାଳ ପାଇଁ ସିଲ୍‌ କରିଛନ୍ତି।

ଖାଦ୍ୟ ନିରାପତ୍ତା ଅଧିକାରୀ ବେହେରା ସୂଚନା ଦେଇ କହିଛନ୍ତି, ପ୍ରାୟ ୨ ବର୍ଷ ହେଲା ପ୍ରଭାତ ସାହୁ ନାମକ ବ୍ୟକ୍ତି ରେନ୍‌ବୋ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି ଚଳାଇ ଆସୁଥିଲେ। ବଜାରରେ ଏହି ଆଇସ୍‌କ୍ରିମ୍‌ ବିକ୍ରି ହେଉଥିଲା। ଏହାର ଗୁଣବତ୍ତା ଓ ସ୍ବଚ୍ଛତା ନେଇ ପ୍ରାୟ ୨ ମାସ ହେଲା ଅନେକ ଅଭିଯୋଗ ଆସୁଥିଲା। ଏଥିପାଇଁ ପୂର୍ବରୁ ଉକ୍ତ ଫ୍ୟାକ୍ଟ୍ରିକୁ ନୋଟିସ୍‌ ଜାରି କରାଯାଇଥିଲା। ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ତ୍ରୁଟି ସଂଶୋଧନ କରି ନ ଥିଲେ। ଫଳରେ ଉକ୍ତ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି।

ଫ୍ୟାକ୍ଟ୍ରି ମାଲିକଙ୍କୁ ଫୁଡ୍‌ ଲାଇସେନ୍ସ ମଗାଯାଇଥିଲା। ସେ ଏହାକୁ ଦେଖାଇପାରି ନ ଥିଲେ। ପ୍ରାୟ ୧୦ଟି ଫ୍ରିଜରରେ ଥିବା ଏକ କୁଇଣ୍ଟାଲ ଆଇସ୍‌କ୍ରିମ୍‌ ଏବଂ ବିଭିନ୍ନ ସାମଗ୍ରୀ ଜବତ କରି ନଷ୍ଟ କରାଯାଇଛି ବୋଲି ବେହେରା କହିଥିଲେ। ସେହିପରି ଆର୍‌ଏମ୍‌ ସହାୟକ ଆୟୁକ୍ତ ପଟ୍ଟନାୟକ କହିଥିଲେ, ସହରରେ ଏପରି ଆହୁରି କିଛି ଆଇସ୍‌କ୍ରିମ ଫ୍ୟାକ୍ଟ୍ରି ଠାବ କରାଯାଉଛି। ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ପୂଜା ପାର୍ବଣ ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପଟ୍ଟନାୟକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଖୁସିଖବର: କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୦।୧୨(ସୌମ୍ୟରଞ୍ଜନ ରାଉତ):ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri