Categories: ବାଣିଜ୍ୟ

୨୪ଘଣ୍ଟାରେ ଲକ୍ଷେ ଓଲା ଇଭି ବୁକିଂ

ନୂଆଦିଲ୍ଲୀ,୧୮।୭ : ନୂତନ ଜ୍ଞାନକୌଶଳରେ ନିର୍ମିତ ଓଲା ବିଦ୍ୟୁତ ଚାଳିତ ଦୁଇ ଚକିଆ ଯାନ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧,୦୦,୦୦୦ ବୁକିଂ ହୋଇଥିବା ଯାତ୍ରୀ ସେବା ପ୍ରଦାନକାରୀ ସଂସ୍ଥା ଓଲା ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ବିଦ୍ୟୁତ ଯାନ (ଇଭି) ନିର୍ମାଣ ପାଇଁ ମନବଳାଇଥିବା ଓଲା ୧୫ଜୁଲାଇ ସନ୍ଧ୍ୟା ସମୟରୁ ତାର ଇଭି ମଡେଲ ବୁକିଂ ପାଇଁ ଘୋଷଣା କରିଥିଲା। କମ୍ପାନୀର ଏହି ଇଭି ବାଇକକୁ କ୍ରୟ କରିବାକୁ ଆଶାୟୀ ଥିବା ଗ୍ରାହକମାନେ କେବଳ ୪୯୯ଟଙ୍କା ଦେଇ ଓଲା ଇଲେକ୍ଟ୍ରି ଡଟ କମ ଜରିଆରେ ବୁକିଂ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏ ସମ୍ପର୍କରେ ଓଲା ଅଧ୍ୟକ୍ଷ ତଥା ଗ୍ରୁପ ସିଇଓ ଭାବିଶ ଅଗ୍ରଓ୍ବାଲ ଓଲା ଇଭି’ର ବଜାର ପ୍ରବେଶ ଓ ବୁକିଂ ବିଷୟରେ ବିସ୍ତୁତ ସୂଚନା ପ୍ରଦାନ କରିଥିଲେ।

Share