୧.୭୫ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ର ଶୁକ୍ରବାର ୩ୟ ଦିନରେ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବୈଦ୍ୟୁତିକ ଉପକରଣ ଏବଂ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଶୀର୍ଷକ ଦୁଇଟି ପ୍ୟାନେଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ କ୍ଷେତ୍ରରେ ଉତ୍ପାଦନ ପାଇଁ ରାଜ୍ୟରେ ଅନୁକୂଳ ପରିସ୍ଥିତି କିପରି ସୃଷ୍ଟି କରାଯାଇପାରିବ ସେନେଇ ଆଲୋଚନା ହୋଇଛି। ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଆମୋନିଆ, ପମ୍ପ ଷ୍ଟୋରେଜ୍‌ ଜଳ ବିଦ୍ୟୁତ୍‌ ପ୍ରକଳ୍ପ, ଭାସମାନ ସୋଲାର ଏବଂ ପବନ ତଥା ଅକ୍ଷୟ ଶକ୍ତି ସମ୍ବନ୍ଧିତ ଉପକରଣ ଉତ୍ପାଦନ କ୍ଷେତ୍ରରେ ୨୨ଟି ସଂସ୍ଥାରୁ ପ୍ରାୟ ୧.୭୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। କାର୍ଯ୍ୟକ୍ରମରେ ଦେଶବିଦେଶରୁ ୨୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ବର୍ତ୍ତମାନ ସମୟରେ ସବୁଜ ଶକ୍ତିର ଚାହିଦା ବୃଦ୍ଧି ପାଉଛି। ଏପରିକି ସବୁଜ ଶକ୍ତିର ବିକାଶ ଦିଗରେ(କ୍ଷେତ୍ରରେ) ଓଡ଼ିଶା ସରକାର ଆଗଭର ଥିବା ମନ୍ତ୍ରୀ କହିଛନ୍ତି। ବିଶେଷକରି ସରକାରଙ୍କ ପକ୍ଷରୁ ସବୁଜ ଶକ୍ତିର ବିକାଶ ପାଇଁ ସମସ୍ତ ପ୍ରଶାସନିକ ଏବଂ ନୀତିଗତ ସୁବିଧା ଯୋଗାଇ ଦିଆଯିବ ବୋଲି ନିବେଶକମାନଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ସବୁଜ ଶକ୍ତିର ବ୍ୟବହାର ଓଡ଼ିଶାରେ ବ୍ୟାପକ ନିବେଶ ସୁଯୋଗ ସୃଷ୍ଟି କରିଛି କହି ଉଦ୍ୟୋଗୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟ ଶିଳ୍ପନୀତି କିପରି ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ସହାୟକ ହୋଇପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେବାସହ ଓଡ଼ିଶାର ଶକ୍ତିକ୍ଷେତ୍ର ଉପରେ ଆଧାରିତ ଏକ କଫି ଟେବୁଲ ବୁକ୍‌ର ଉନ୍ମୋଚନ କରାଇଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ ଦେବଙ୍କ ଦ୍ୱାରା ଅକ୍ଷୟ ଶକ୍ତି ଚାମ୍ପିୟନ ପୁରସ୍କାରରେ ୨ଟି କମ୍ପାନୀକୁ ସମ୍ମାନିତ କରାଯାଇଛି। ରାଜ୍ୟରେ ପ୍ରଥମ ଏବଂ ସବୁଠାରୁ କମ୍‌ ମୂଲ୍ୟର ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ମୀନାକ୍ଷୀ ପାୱାର ଲିମିଟେଡ୍‌କୁ ଏବଂ ଓଡ଼ିଶାରେ ସର୍ବାଧିକ ସୌରଶକ୍ତି ଉପତ୍ାଦନ ପାଇଁ ଆଦିତ୍ୟ ବିର୍ଲା ରିନୁଏବଲ୍‌୍‌କୁ ସମ୍ବର୍ଦ୍ଧିତ କରାଯାଇଛି। ଅପରପକ୍ଷରେ ପ୍ୟାନେଲ ବୈଠକରେ ଉଦ୍ୟୋଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ତଥା ଭାରତୀୟ ଅକ୍ଷୟ ଶକ୍ତି ବିଭାଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ୱାରି), ପରିଚାଳନା ନିର୍ଦ୍ଦେଶକ (ଏଏମ୍‌ପି ଏନର୍ଜି), ସଭାପତି (ଆଇ ଫରେଷ୍ଟ), ଭାରତୀୟ ତୈଳ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ସଭାପତି (ରିନିୟୁ ପାୱାର), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏଜୁର ପାୱାର), ମୁଖ୍ୟ ପରିଚାଳନା ଅଧିକାରୀ (ଅଭଡ଼ା ଏନର୍ଜି ), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଆଦିତ୍ୟ ବିର୍ଲା ରିନୁଏବଲ୍‌) ଏବଂ ବିଶ୍ୱବ୍ୟାଙ୍କର ଗ୍ରୀନ୍‌ ହାଇଡ୍ରୋଜେନ୍‌ ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri