Categories: ବାଣିଜ୍ୟ

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର,୨୭।୧୦: ରାଜ୍ୟରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ପକ୍ଷରୁ ସହାୟତା ରାଶି ମଞ୍ଜୁର କରାଯାଇଛି। ଏପରିକି ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନ୍‌କ୍ୟୁବେଟରକୁ ୨୦ ଲକ୍ଷ ଟଙ୍କାର ସହାୟତା ମିଳିଛି। ସେହିଭଳି ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି ୨୦୧୬ ଅଧାରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ବୁଧବାର ଏମ୍‌ଏସ୍‌ଏମ୍‌ଇ ଏସିଏସ୍‌ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାହୁ କହିଥିଲେ, ଉକ୍ତ ପ୍ରୋତ୍ସାହନ ରାଶି ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କର ଉତ୍ପାଦର ବିକାଶ କରାଇବ। ବିଶେଷକରି ବଜାରକୁ ନେବାରେ ମଧ୍ୟ ଏହା ବେଶ୍‌ ସାହାଯ୍ୟ କରିବ।

ଏଥି ସହିତ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ବିସ୍ତାରିତ ଆର୍ଥିକ ସହାୟତା ସୁବିଧା ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ବୋଲି ସତ୍ୟବ୍ରତ ମତ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଏମ୍‌ଏସ୍‌୍‌ଏମ୍‌ଇ ବିଭାଗର ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାଶଙ୍କ ସମେତ ଶିଳ୍ପ ନିର୍ଦ୍ଦେଶକ ସାଦିକ୍‌ ଆଲାମ, ଅର୍ଥ ବିଭାଗର ଉପସଚିବ ସ୍ମିତା ରାଉତ, ୟୁସିସିଆଇର ରଜେନ୍‌ ପାଢ଼ୀ, ଲୁମିନୌସ ଇନ୍‌ଫାୱେସ୍‌ ଜୟଶ୍ରୀ ମହାନ୍ତି, ତତୱା ଟେକ୍ନୋଲୋଜିର ଏମ୍‌ଡି ଐଶକାନ୍ତ ମହାନ୍ତି, ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ଏସ୍‌.ଏମ୍‌. ମୁସ୍ତାକିମ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶା ଇଭାନ୍‌ଜେଲିଷ୍ଟ,ଡ. ସଂଯୁକ୍ତା ବଢ଼ାଇ ପ୍ରମୁଖ ଉପସ୍ଥିତ ଥିଲେ।

Share