ଦେଢ଼ଲକ୍ଷ ଟଙ୍କା, ସାଢ଼େ ୩ ଭରି ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୯ା୩: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହିଲପାଟଣା ଗୋପବନ୍ଧୁନଗରରେ ଏକ ତାଲାବନ୍ଦ ଘରେ ଚୋର କଳାକନା ବୁଲାଇଛନ୍ତି। ଘର ମାଲିକ କୋରାମଣି ପାଣିଗ୍ରାହୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ. ୬୯/୨୩) ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଲମୀରାରେ ଥିବା ଦେଢ଼ଲକ୍ଷ ଟଙ୍କା ସହ ସାଢ଼େ ୩ ଭରି ଓଜନର ସୁନା ଗହଣା, ଲାପ୍‌ଟପ୍‌ ଆଦି ଚୋରି ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।