Categories: ଫୁରସତ

ମହିଳାଙ୍କୁ ୧.୪୧ ଲକ୍ଷ ଦିନ ଜେଲଦଣ୍ଡ

ବ୍ୟାଙ୍କକ୍‌: ଅପରାଧ ପାଇଁ ଲୋକଙ୍କୁ ଅନେକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ। ହେଲେ ଜଣେ ମହିଳାଙ୍କୁ ତାଙ୍କ ଅପରାଧ ପାଇଁ ଏପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଏହି ମହିଳା ଜଣଙ୍କ ଏହା ମଧ୍ୟରେ ୧୬ ହଜାରରୁ ଅଧିକ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଛନ୍ତି। ସେଥିପାଇଁ ତାଙ୍କୁ ସବୁଠାରୁ ଲମ୍ବା ସମୟ ୧ ଲକ୍ଷରୁ ଅଧିକ ଦିନ ପାଇଁ ଜେଲଦଣ୍ଡ ମିଳିଛି। ହେଲେ ସେ କେବଳ ୮ ବର୍ଷ ଜେଲରେ ବିତାଇବା ପରେ ଏବେ ବାହାରେ ଅଛନ୍ତି। ଥାଇଲାଣ୍ଡର ବାସିନ୍ଦା ଚାମୋଏ ଥିପ୍ୟାସୋ, ଯିଏ ୮୦ ଦଶକରେ ଥାଇଲାଣ୍ଡରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ। ଚାମୋଏ ଏକ ଚିଟ୍‌ ଫଣ୍ଡ ଜରିଆରେ ୧୬,୨୩୧ ଲୋକଙ୍କୁ ଠକି ୨୦୦-୩୦୦ ମିଲିୟନ୍‌ ଡଲାର ହାତେଇଥିଲେ। ଏଥିପାଇଁ ୧୯୮୯ ମସିହା ଜୁଲାଇ ୨୭ରେ କୋର୍ଟ ତାଙ୍କୁ ୧ ଲକ୍ଷ ୪୧ ହଜାର ୭୮ ଦିନ ପାଇଁ ଜେଲଦଣ୍ଡ ଶୁଣାଇଥିଲେ। ଏ ପର୍ଯ୍ୟନ୍ତ ଇତିହାସରେ ଏହା ସବୁଠୁ ଅଧିକ ସମୟର ଜେଲଦଣ୍ଡ । ରିପୋର୍ଟ ମୁତାବକ, ୧୯୬୦ରେ ଚାମୋଏ ସେଭିଙ୍ଗ୍‌ସ ସ୍କିମ୍‌ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ, ଯାହା ଜରିଆରେ ସେ ଅନେକ କମ୍ପାନୀ ସହ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିଲେ। ଏହା ମଧ୍ୟରେ ସେ ଥାଇଲାଣ୍ଡର ରାଜକୀୟ ପରିବାରକୁ ମଧ୍ୟ ଛାଡ଼ି ନ ଥିଲେ। ତେବେ ଚାମୋଏଙ୍କୁ ମିଳିଥିବା ଜେଲ ଦଣ୍ଡାଦେଶକୁ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନିତ କରାଯାଇଛି।

Share