Categories: ବାଣିଜ୍ୟ

୨୦୨୬ ସୁଦ୍ଧା ୧.୨ କୋଟି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୮।୩: ଇଞ୍ଜିନିୟରିଂ, ଟେଲିକମ୍‌ ଏବଂ ହେଲ୍‌ଥକେୟାର କ୍ଷେତ୍ରରେ ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୧.୨ କୋଟି ଅର୍ଥାତ୍‌ ୧୨ ବିଲିୟନ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହାୟାରିଂ ଫାର୍ମ, ଟିମ୍‌ ଲିଜ୍‌ ସର୍ଭିସ୍‌ର ଷ୍ଟାଫିଂ ଡିଭିଜନ୍‌ ଟିମ୍‌ଲିଜ୍‌ ଡିଜିଟାଲ୍‌ ଦ୍ୱାରା ପ୍ରକାଶିତ ‘ପ୍ରୋଫେସନାଲ୍‌ ଷ୍ଟାଫିଂ ଡିଜିଟାଲ୍‌ ଏମ୍ପ୍ଲଏମେଣ୍ଟ ଟ୍ରେଣ୍ଡସ୍‌ ରିପୋର୍ଟ’ରେ ଏ ସମ୍ପର୍କରେ ଅନୁମାନ ଲଗାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଟେକ୍ନୋଲୋଜି ଏବଂ ଡିଜିଟାଲକରଣରେ ଅଗ୍ରଗତି ପାଇଁ ଏହି ସେକ୍ଟରରେ ରୋଜଗାର ସୁଯୋଗ ବୃଦ୍ଧି କରାଯାଇଛି। ଏହି କ୍ୱାଲିଟେଟିଭ୍‌ ରିସର୍ଚ୍ଚ ରିପୋର୍ଟକୁ ଇଞ୍ଜିନିୟରିଂ, ଟେଲିକମ୍‌ ଏବଂ ହେଲ୍‌ଥକେୟାର ସେକ୍ଟର ୭୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ଲିଡର୍‌ମାନଙ୍କ ମତାମତ ନେଇ ପ୍ରସ୍ତୁତ କରାଯାଇଛି।

Share