Categories: ଫୁରସତ

୯ ମହଲାରୁ ଖସି ବି ଆରାମରେ ଉଠି ଦୌଡ଼ିଲେ ମହିଳା: ଭିଡ଼ିଓ ଭାଇରାଲ

ମସ୍କୋ, ୨୬।୧: ରୁଷିଆରେ ଜଣେ ମହିଳା ଏକ ବିଲ୍ଡିଂର ୯ ମହଲାରୁ ଅସାବଧାନତା ଯୋଗୁ ଖସିପଡ଼ିଥିଲେ। ତେବେ ତାଙ୍କରର କୌଣସି କ୍ଷତି ହୋଇ ନ ଥିବା ଭାଇରାଲ ହୋଇଥିବା ଭିଡ଼ିଓରୁ ଜଣାପଡ଼ିଛି। ୯ ମହଲାରୁ ଖସିବା ପାଇଁ ତାଙ୍କୁ ୩ ସେକେଣ୍ଡ ଲାଗିଥିବାବେଳେ ସେ ତଳେ ପଡ଼ି ମଧ୍ୟ ଆରାମରେ ଦୌଡ଼ି ପଳାଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ରୁଷିଆ ପଶ୍ଚିମ ସାଇବେରିଆ ପ୍ରଦେଶର ଇଜଲୁଚିନକ୍ସ୍‌ଠାରେ ଏଭଳି ଘଟିଥିବା କୁହାଯାଉଛି। ଏହା ଜାନୁୟାରୀ ୨୨ରେ ଘଟିଥିବାବେଳେ ମହିଳାଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ମହିଳାଙ୍କ ଶରୀରରେ କିଛି ଖଣ୍ଡିଆ ଖାବରା ହୋଇଥିବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share