Categories: ବାଣିଜ୍ୟ

୯ ପ୍ରମୁଖ ସହରରେ ବିକ୍ରି ହୋଇନି ୪ ଲକ୍ଷ ଶସ୍ତା ଫ୍ଲାଟ୍‌

ନୂଆଦିଲ୍ଲୀ,୧୯-୮: ଶସ୍ତା ଘର ଚାହିଦା ବୃଦ୍ଧି ପାଇବା ସତ୍ତ୍ୱେ ଦେଶର ୯ ସହରରେ ୪.୧୨ ଲକ୍ଷ ଏଭଳି ଆପାର୍ଟମେଣ୍ଟ ଅଥବା ଫ୍ଲାଟ୍‌ ବିକ୍ରି ହୋଇପାରିନାହିଁ। ଏହି ଫ୍ଲାଟ୍‌ଗୁଡ଼ିକର ମୂଲ୍ୟ ୪୫ ଲକ୍ଷ ଟଙ୍କା ଭିତରେ ରହିଛି। ସମ୍ପତ୍ତି କିଣାବିକା ସେବା ଯୋଗାଇ ଦେଉଥିବା କମ୍ପାନୀ ପ୍ରପ୍‌ଟାଇଗର ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରି କୁହାଯାଇଛି ଯେ, ୯ ପ୍ରମୁଖ ସହର ଗୁରୁଗ୍ରାମ୍‌, ନୋଏଡା, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ,ହାଇଦ୍ରାବାଦ, ପୁଣେ ଓ ଅହମ୍ମଦାବାଦ୍‌ରେ ୭,୯୭,୬୨୩ ଫ୍ଲାଟ ବିକ୍ରି ନ ହୋଇ ପଡିରହିଛି। ଏମାନଙ୍କ ମଧ୍ୟରୁ ୪,୧୨,୯୩୦ ଏଭଳି ଫ୍ଲାଟ୍‌ ରହିଛି, ଯାହାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ କମ୍‌। ଏହା ଶସ୍ତା ଶ୍ରେଣୀର ଫ୍ଲାଟ୍‌ କୁହାଯାଉଛି।

Share