୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ) ପରିସରରେ ମୋଟ ୯୧ ନମୁନା ସଂଗ୍ରହ କରାଯାଇଛି। ମରଣକୁ ବାଜି ଲଗାଇ କରୋନା ଯୋଦ୍ଧା ମାନେ କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଇ ସର୍ଭେ କରିବା, ସ୍ବାବ ସଂଗ୍ରହରେ ସହାୟତା କରିବା, ଚିକିତ୍ସା ସେବା ଯୋଗାଇବା କାର୍ଯ୍ୟରେ ନିଜକୁ ପ୍ରତ୍ୟେକ ଦିନ ନିୟୋଜିତ କରିଛନ୍ତି। ଯୋଦ୍ଧା ମାନଙ୍କ ସଂକ୍ରମଣ ସମ୍ଭାବନାକୁ ନିଶ୍ଚିତ କରିବା ଲକ୍ଷ୍ୟରେ ସ୍ବାବ ସଂଗ୍ରହ କରାଯାଇଛି। ଏହି ଯୋଦ୍ଧା ମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ନର୍ସ, ଫାର୍ମାସିଷ୍ଟ , ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ, ସୁପରଭାଇଜର, ଅଙ୍ଗନଓ୍ବାଡି ଓ ଆଶା କର୍ମୀ ଅଛନ୍ତି। ମେଡିକାଲ ସୁପରଣ୍ଟେଣ୍ଡେଣ୍ଟ ଡାକ୍ତର କମଳାକାନ୍ତ ସ୍ବାଇଁଙ୍କ ନେତୃତ୍ୱରେ ଡ.ଅରୁଣ ନାୟକ, ଡା. ସ୍ବାତୀ ସରିତା ନାୟକ, ଦେବଦତ ପାଣିଗ୍ରାହୀ ପ୍ରମୁଖ ନମୁନା ସଂଗ୍ରହ କାର୍ଯ୍ୟ ତଦାରଖ କରିଥିଲେ।