୯୦ ଦିନର ଫୁଡ୍‌ ଚ୍ୟାଲେଞ୍ଜ

କୋଲକାତା: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ ସମସ୍ତେ ସତର୍କ ରହିବା ଏବଂ କେହି ହେଲେ ଖାଦ୍ୟ ନଷ୍ଟ କରିବା ନାହିଁ। ଯେତିକି ଖାଦ୍ୟ ଖାଇବା ସେତିକି ହିଁ ଥାଳିରେ ନେବା। ଏଭଳି ଏକ ଅଭ୍ୟାସ ନେଇ ଚାଲେଞ୍ଜ କରିଛନ୍ତି ଭାରତୀୟ ସେନାର ଅବସରପ୍ରାପ୍ତ କର୍ଣ୍ଣେଲ ଜୀବନ କୁମାର।
ଏଭଳି ଏକ ମେସେଜ୍‌ ଦେଇ ସେ ଭାରତର ଜନସାଧାରଣଙ୍କ ଆଗରେ ‘ନାଇନ୍‌ଟି ଡେଜ୍‌ ଫୁଡ୍‌ ଚ୍ୟାଲେଞ୍ଜ’ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ପୂରା ଦେଶରେ ଯେଉଁଭଳି ସ୍ଥିତି ସୃଷ୍ଟି ହୋଇଛି ତା ପ୍ରଭାବରେ ଭବିଷ୍ୟତରେ ଖାଦ୍ୟସଙ୍କଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏବେଠାରୁ ସବୁ ସ୍ତରରେ ଲୋକେ ସଚେତନ ହେବା ନିହାତି ଆବଶ୍ୟକ। ଏଭଳି ଏକ ଚ୍ୟାଲେଞ୍ଜ ଦେଇ ସେ ସମସ୍ତଙ୍କୁ ନିଜ ନିଜର ଖାଇବା ଥାଳିର ଭିଡିଓ କରି ତାଙ୍କ ପାଖକୁ ପଠଇବାକୁ କହିଛନ୍ତି। ଯୁଟ୍ୟୁବ୍‌ ଚ୍ୟାନେଲ୍‌ ‘ନେସନ୍‌ ବିଫୋର ସେଲ୍ପ’ରେ ଏହି ଭିଡିଓକୁ ଅପ୍‌ଲୋଡ୍‌ କରି ଅନ୍ୟମାନଙ୍କ ଆଗରେ ରୋଲ୍‌ ମଡେଲ୍‌ ଭଳି ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି।
କର୍ଣ୍ଣେଲଙ୍କର ଏହି ଫୁଡ୍‌ ଚ୍ୟାଲେଞ୍ଜକୁ ପ୍ରାୟ ସବୁ ଦେଶର ଲୋକେ ସ୍ବାଗତ କରିଛନ୍ତି। ଆଉ ଖାଇ ସାରିବା ପରେ ନିଜ ନିଜର ଖାଲି ପ୍ଲେଟର ଭିଡିଓ କରି ସେୟାର କରୁଛନ୍ତି।

Share