୯୦ବର୍ଷରେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କଲେ ସୁର ସମ୍ରାଜ୍ଞୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଲତା ମଙ୍ଗେସ୍‌କର ପ୍ରାୟ ଟୁଇଟରରେ ଟୁଇଟ୍‌ କରିଥାଆନ୍ତି। ଟୁଇଟ୍‌ର କିଛି ସମୟ ମଧ୍ୟରେ ଏହା ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥାଏ। ନିକଟରେ ୯୦ତମ ଜନ୍ମଦିନ ପାଳିଥିବା ଭାରତର କୋକିଳକଣ୍ଠୀ ଏବେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଟୁଇଟ୍‌ର ସହ ଏବେ ସେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାଣ୍ଡେଲ କରିବେ। ଲତା ନିଜର ଦୁଇଟି ଫଟୋକୁ ଶେୟାର କରି ଇନ୍‌ଷ୍ଟଗ୍ରାମ ଆରମ୍ଭ କରିଛନ୍ତି। ଏହି ଫଟୋରେ ସେ ହାତରେ ଏକ ବହି ଧରିଥିବା ଦେଖିବାକୁ ମିଳିଛି। ଏଥିସହ କ୍ୟାପ୍‌ସନରେ ଲେଖିଛନ୍ତି, ‘ନମସ୍କାର, ଆଜି ପ୍ରଥମ ଥର ଆପଣଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଯୋଡ଼ି ହୋଇଛି।’ ଅନ୍ୟପଟେ ତାଙ୍କର ଶେୟାରର କିଛି ସମୟ ମଧ୍ୟରେ ୪୭ ହଜାର ୟୁଜର୍ସ ଯୋଡ଼ି ହୋଇସାରିଛନ୍ତି। ଏଥିସହ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଓ୍ବେଲକମ୍‌ ତାଇ’ ବୋଲି କହିଛନ୍ତି।

Share