୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ବ୍ୟବସାୟୀ ଗିରଫ

ରାୟଗଡ଼ା ଅଫିସ,୧ା୫(ଡି.ଏନ୍‌.ଏ): ଲକ୍‌ଡାଉନରେ ବେଧଡ଼କ ଚାଲିଛି ଗୁଟ୍‌ଖା ବେପାର। ରାୟଗଡ଼ା ଜିଲା ଗୁଣପୁର ଗୋଲା ସାହି ଠାରେ ଥିବା ଏକ ଗୋଦାମ୍‌ରେ ବିପୂଳ ପରିମାଣରେ ଗୁଟ୍‌ଖା ଗଚ୍ଛିତ ରଖି ବେପାର ଚାଲିଥିବା ଖବର ପାଇ ଶୁକ୍ରବାର ଗୁଣପୁର ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଗୋଲା ସାହିର ବ୍ୟବସାୟୀ ଭି. ମୂରଲିକ୍ରିଷ୍ଣାଙ୍କୁ ଗିରଫ କରିଥିବା ଏସ୍‌ପି ଶ୍ରବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି।