Categories: ବାଣିଜ୍ୟ

୮ କୋର୍‌ ସେକ୍ଟର ଧିମା

ନୂଆଦିଲ୍ଲୀ,୧।୮: ଅର୍ଥନୀତି କ୍ଷେତ୍ରରେ ସରକାରଙ୍କୁ ଝଟକା ଲାଗିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ୮ କୋର୍‌ ସେକ୍ଟର ଉଦ୍ୟୋଗ ଅଭିବୃଦ୍ଧି ହାର ଜୁନ୍‌ରେ ଧିମା ହୋଇଛି। ଆଲୋଚ୍ୟ ମାସରେ ବୃଦ୍ଧି ହାର ମାତ୍ର ୦.୨% ରହିଛି, ଯାହା କି ଗତ ବର୍ଷ ଏହି ସମୟରେ ୭.୮% ରହିଥିଲା। ତେଲ ସହ ଜଡ଼ିତ ସେକ୍ଟର ଏବଂ ସିମେଣ୍ଟ ଉତ୍ପାଦନ ଅତ୍ୟଧିକ ହ୍ରାସ କାରଣରୁ ଅଭିବୃଦ୍ଧି ହାର କମିଛି। ସରକାର ମେ’ର ତଥ୍ୟକୁ ସଂଶୋଧନ କରି ଏହା ୫.୧% ରହିବ ବୋଲି କହିଥିଲେ। ଢ଼ାଞ୍ଚାଗତ କ୍ଷେତ୍ର କୋଇଲା, ସାର, ବିଜୁଳି, ଷ୍ଟିଲ୍‌, ସିମେଣ୍ଟ, ପେଟ୍ରୋଲିୟମ,ରିଫାଇନେରି, ପ୍ରାକୃତିକ ବାଷ୍ପ ଓ ଅଶୋଧିତ ତେଲକୁ କୋର୍‌ ସେକ୍ଟରରେ ସାମିଲ କରାଯାଇଛି। କୋଇଲା, ସାର, ବିଜୁଳି ଓ ଷ୍ଟିଲ୍‌ ଉତ୍ପାଦନ ବୃଦ୍ଧି ପାଇଛି। କିନ୍ତୁ ସିମେଣ୍ଟ, ପେଟ୍ରୋଲିୟମ, ରିଫାଇନେରି, ପ୍ରାକୃତିକ ବାଷ୍ପ ଓ ଅଶୋଧିତ ତେଲ ଉଦ୍ୟୋଗରେ ଉତ୍ପାଦନ ହ୍ରାସ ପାଇଛି।

Share