୮ କୋଟି ଟଙ୍କାର କୁକୁର ଚୋରି

ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। କୁକୁରଟି ଆଲାସ୍କାନ୍‌ ମାଲାମ୍ୟୁଟ୍‌ ପ୍ରଜାତିର ବୋଲି ମାଲିକ କହିଛନ୍ତି। ପୋଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

Share