Categories: ବାଣିଜ୍ୟ

୮ କମ୍ପାନୀ, ୩ ବ୍ୟାଙ୍କର ରେଟିଂ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୩।୬: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ୮ କମ୍ପାନୀ, ୩ ବ୍ୟାଙ୍କ ଏବଂ ୭ ଭିତ୍ତିଭୂମି କମ୍ପାନୀର ରେଟିଂକୁ ଖସାଇ ଦେଇଛି। ସେହିଭଳି ୭ ଅଣ ବିତ୍ତ କମ୍ପାନୀଗୁଡ଼ିକର ରେଟିଂକୁ ମଧ୍ୟ ଏହି ଏଜେନ୍ସି କମ୍‌ କରି ଦେଇଛି। ୩ ବ୍ୟାଙ୍କ ମଧ୍ୟରେ ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ଏବଂ ଏକ୍‌ଜିମ ବ୍ୟାଙ୍କ ରହିଛି। ୭ ଭିତ୍ତିଭୂମି ଇସ୍ୟୁୟରଙ୍କର ମଧ୍ୟ ରେଟିଂ ଖସିଥିବା ଜଣାପଡିଛି। ଭାରତର ସୋଭରେନ୍‌ ରେଟିଂ ଖସିବା ପରେ ଏଭଳି ସ୍ଥିତି ନଜରକୁ ଆସିଛି। ରେଟିଂ ଖସିଥିବା କମ୍ପାନୀଗୁଡିକ ମଧ୍ୟରେ ଇନ୍‌ଫୋସିସ ଟାଟା କନ୍‌ସଲଟାନ୍ସସି ସର୍ଭିସ, ଓଏନ୍‌ଜିସି ରହିଛି। ଭିତ୍ତିଭୂମି କମ୍ପାନୀ ମଧ୍ୟରେ ଏନ୍‌ଟିପିସି, ଏନ୍‌ଏଚ୍‌ଏଆଇ, ଗେଲ୍‌, ଆଦାନୀ ଗ୍ରୀନ ରହିଛି।

Share