୮ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୧୭।୧୦(ବ୍ୟୁରୋ) : ଗଙ୍ଗାଧର ମେହେର ଜୁନିୟର କଲେଜର ୮ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଜିଏମୟୁ ମୁଖ୍ୟ ଫାଟକରେ ଛାତ୍ରୀଛାତ୍ର ଆନ୍ଦୋଳନ କରିଛନ୍ତି। ଅଧ୍ୟାପକଙ୍କ ବଦଳି ବାତିଲ କରା ନ ଗଲେ ଆନ୍ଦୋଳନ ପୁନର୍ବାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଗୁରୁବାର ପୂର୍ବାହ୍ନ ସାଢ଼େ ୯ରୁ ଛାତ୍ରୀଛାତ୍ର ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାପରେ ସେମାନେ ରାଲିରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ ପ୍ରତିବାଦ ଜଣାଇଛନ୍ତି।