Categories: ଫୁରସତ

୮୪ ସେକେଣ୍ଡ୍‌ରେ ୪୯ଟି ଦେଶର ପତାକା ନାଁ କହି ବିଶ୍ୱ ରେକର୍ଡ ସୃଷ୍ଟି କଲେ ୪ ବର୍ଷର ଝିଅ

ତାମିଲନାଡୁର ଜଣେ ୪ ବର୍ଷର ଝିଅ ୮୪ ସେକେଣ୍ଡ୍‌ରେ ୪୯ଟି ଦେଶର ପତାକା ନାଁ କହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଚେନ୍ନାଇରେ ରହୁଥିବା ବଓ୍ବୋସିନୀ ନାମକ ଏହି ଝିଅ ଜଣକ କେବଳ ୪୯ଟି ଦେଶର ପତାକା ନୁହେଁ ସେମାନଙ୍କ ରାଜଧାନୀର ନାଁ ମଧ୍ୟ ଚଟାପଟ୍‌ କହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପୂର୍ବରୁ ମାସୁମ ନାମକ ଜଣେ ୪ ବର୍ଷର ଝିଇ କେବଳ ଦେଶର ନାଁ କହି ବିଶ୍ୱ ରେକର୍ଡ କରିଥିଲେ। ମାତ୍ର ବଓ୍ବୋସିନୀ ୪୯ଟି ଦେଶର ପତାକା ନାଁ କହିବା ସହ ସେଗୁଡ଼ିକର ରାଜଧାନୀ ନାଁ ମଧ୍ୟ ଖୁବ୍‌ ଶୀଘ୍ର କହି ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି।

Share