Categories: ଜାତୀୟ

୮୪ ବର୍ଷରେ ପାଦ ଦେଲେ ଦଲାଇ ଲାମା

ଧର୍ମଶାଳା,୬।୭: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ୮୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍‌ ତେସରିଂ ତାଙ୍କର ନାମ କରଣ ଲାହାମୋ ଥୋଣ୍ଡୁପ୍‌ ଭାବେ କରିଥିଲେ। ୧୯୫୯ ମାର୍ଚ୍ଚ ୩୦ରେ ସେ ଭାରତକୁ ଶରଣାର୍ଥୀ ଭାବେ ଆସିଥିଲେ। ସେହିବର୍ଷ ଏପ୍ରିଲ୍‌ ୧୮ରେ ସେ ଆସାମର ତେଜ୍‌ପୁରରେ ପହଞ୍ଚିଥିଲେ। ପରେ ହିମାଚଳପ୍ରଦେଶର ଧର୍ମଶାଳାରେ ସେ ୮୦ ହଜାରରୁ ଅଧିକ ତିବ୍ବତ ଶରଣାର୍ଥୀଙ୍କ ସହିତ ବାସ କରିବା ଆରମ୍ଭ କରିଥିଲେ। ଦଲାଇ ଲାମାଙ୍କ ଉଦ୍ୟମରେ ୨ଶହରୁ ଅଧିକ ବୌଦ୍ଧ ସ୍ତୁପର ବିକାଶ ହୋଇପାରିଛି।

Share