ନଷ୍ଟ କରାଗଲା ଦେଶୀ ମଦ ଓ ପୋଚ

ଧରାକୋଟ,୧୧ା୯(ଡି.ଏନ.ଏ.): ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା ସଦଳବଳ ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମ ନିକଟସ୍ଥ ନାଳ ପାର୍ଶ୍ୱରେରେ ମଦ ରନ୍ଧା ଯାଉଥିବା ଖବର ପାଇ ବୁଧବାର ଭୋରରେ ଚଢ଼ାଉ କରିଥିଲେ। ପୋଲିସଙ୍କୁ ଦେଖି ମଦ ରାନ୍ଧୁଥିବା ଲୋକେ ଚମ୍ପଟ ମାରିଥିଲେ। ସେଠାରେ ଥିବା ୧୫୦୦ ଲିଟର ପୋଚ ଓ ୮୦ ଲିଟର ଦେଶୀ ରନ୍ଧା ମଦ ନଷ୍ଟ କରାଇଥିଲା। ପ୍ରକାଶ ଯେ ଚମ୍ପାପଲ୍ଲୀ ଗ୍ରାମରେ ବ୍ୟାପକ ପରିମାଣରେ ଦେଶୀ ମଦ ପ୍ରସ୍ତୁତ କରାଯାଏ। ଏଠାରେ ବାରମ୍ବାର ଚଢ଼ାଉ କରି ପୋଚ ନଷ୍ଟ କରାଯାଉଥିଲେ ମଧ୍ୟ ଗ୍ରାମବାସୀ ଏହାକୁ ଅର୍ଥ ଉପାର୍ଜନର ପନ୍ଥା ଭାବେ ବାଛି ନେଇଛନ୍ତି।