୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର, ୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ବିସ୍ଥାପିତ ପରିବାରର ଉକ୍ତ ଶ୍ରମିକମାନଙ୍କୁ ମଙ୍ଗଳବାର ପୋଲିସ ସେଠାରୁ ଉଠାଇନେଇଛି। ସେମାନଙ୍କୁ ୨ଟି ଗାଡି ଯୋଗେ ଅଣାଯାଇ ଛତ୍ରପୁରସ୍ଥିତ ପୋଲିସ ଆର୍‌ଆଇ ଅଫିସରେ ରଖାଯାଇଥିବା ଜଣାପଡ଼ିଛି।