୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ ମୋଟ ୧୧୧ଟି ପଞ୍ଚାୟତ ଥିବା ବେଳେ ଏକତୃତୀୟାଂଶ ପଞ୍ଚାୟତକୁ ବାଦ୍‌ ଦେଲେ ଅନ୍ୟ ସବୁ ପଞ୍ଚାୟତରେ ଏହି ସେବା ଅପହଞ୍ଚ ହୋଇ ରହିଛି। କେବଳ ବ୍ଲକ ସଦର ମହକୁମା ଖଇରପୁଟ, ଚିତ୍ରକୋଣ୍ଡା, ପଡିଆ, କାଲିମେଳା, କୋରୁକୋଣ୍ଡା, ମାଥିଲି ଏବଂ ବାଲିମେଳା ଏନ୍‌ଏସି ଓ ମାଲକାନଗିରି ମ୍ୟୁନିସିପାଲିଟିରେ ସରକାରୀ ବେସରକାରୀ ଭାବେ ମୋଟ ୪୫ଟି ବ୍ୟାଙ୍କ ରହିଛି। ବିଶେଷ କରି ଚିତ୍ରକୋଣ୍ଡା, ପଡିଆ, କୁଡୁମୁଲୁଗୁମ୍ମା, ଖଇରପୁଟ, କାଲିମେଳା ବ୍ଲକରେ ଥିବା ଅନେକ ପଞ୍ଚାୟତବାସୀ ଏହି ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେକ୍‌ ଇନ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଯୋଜନା ଆରମ୍ଭ କରାଯାଇ ସମସ୍ତ ଗ୍ରାମାଞ୍ଚଳ ଏବଂ ସମସ୍ତ ପଞ୍ଚାୟତରେ ଟେଲିଫୋନ, ବ୍ୟାଙ୍କ ଓ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା କଥା କହୁଥିବା ବେଳେ ମାଲକାନଗିରି ଜିଲାରେ କିନ୍ତୁ ଏହାର ଚିତ୍ର ଭିନ୍ନ। ୭ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ମାଲକାନଗିରି ଜିଲାରେ ରହିଛି ମାତ୍ର ୪୫ଟି ବ୍ୟାଙ୍କ। ଏତେ ଲୋକଙ୍କୁ ମାତ୍ର ୪୫ଟି ବ୍ୟାଙ୍କ କିପରି ସେବା ଯୋଗାଉଥିବେ ତାହା ସହଜରେ ଅନୁମେୟ। ଏଠାରେ କିଛି ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା କାର୍ଯ୍ୟ କରୁଛି। ମାତ୍ର ତାହାକୁ ଲୋକମାନେ ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସରକାରୀ ଯୋଜନାରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ, ଏମ୍‌ଏନ୍‌ଆରଇଜିଏସ୍‌, ଜଳ ବିଭାଜିକା ପ୍ରକଳ୍ପ, କୃଷକଙ୍କୁ ମଣ୍ଡିରେ ଧାନର ପ୍ରାପ୍ୟ ଭଳି ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ରେ ହେଉଛି। ସାଧାରଣ ଭାବରେ ଚିତ୍ରକୋଣ୍ଡାର ପଣସପୁଟ, ଜଡାମ୍ବ, ଅଣ୍ଡ୍ରାପାଲି, ରାଲେଗେଡା, ପାପରମେଟଲା, କୁର୍ମାନୁର, ପାପୁଲୁର, ମାଥିଲି ବ୍ଲକର ମହୁପଦର, କିଆଙ୍ଗ, ବଡଡୁରାଲ ଭଳି ଦୁର୍ଗମ ଅଞ୍ଚଳର ଲୋକମାନେ ବ୍ୟାଙ୍କକୁ ଆସିବାକୁ ହେଲେ ସେମାନଙ୍କୁ ୫୦ରୁ ୬୦ କିଲୋମିଟର ଚାଲିଚାଲି ଆସିବାକୁ ପଡିଥାଏ। ସବୁଠାରୁ ବଡ ସମସ୍ୟା ହେଉଛି ବହୁ ବ୍ଲକ ସଦର ମହକୁମାରେ ମୋବାଇଲ ନେଟ୍‌ଓ୍ବାର୍କ ଲିଙ୍କ୍‌ ନ ଥିବାରୁ ବ୍ୟାଙ୍କଗୁଡିକ ସପ୍ତାହରେ ୪/୫ ଦିନ କାର୍ଯ୍ୟକ୍ଷମ ହେଉନାହିଁ। ମାଲକାନଗିରି ଜିଲାରେ ୫୦ ମୋବାଇଲ ଟାଓ୍ବାରର ଆବଶ୍ୟକତା ଥିବା ବେଳେ ଅଦ୍ୟାବଧି ଏହି ଆବଶ୍ୟକତା ପୂରଣ ହୋଇପାରିନାହିଁ। ପ୍ରାୟ ୫୦ ପ୍ରତିଶତ ଗ୍ରାମାଞ୍ଚଳରେ ଲୋକେ ମୋବାଇଲ ଫୋନ୍‌ କ’ଣ ଜାଣିନାହାନ୍ତି। ବର୍ତ୍ତମାନ ମାଲକାନଗିରି ଜିଲାରେ ଚାଷୀ ମାନେ ଖରିଫ ଫସଲ ପାଇଁ ବିହନ ସାର ଖର୍ଦ୍ଦି କରିବା ପାଇଁ ବିଭିନ୍ନ ଲ୍ୟାମ୍ପ ଏବଂ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କଠାରୁ ଖର୍ଦ୍ଦି କରିବା ସମୟରେ ସେମାନଙ୍କୁ ମିଳିଥିବା ସରକାରଙ୍କ ରିହାତି ଟଙ୍କା ଅନ୍‌ଲାଇନ୍‌ରେ ଡିପୋଜିଟ୍‌ ହୁଏ। ମାତ୍ର ମାଲକାନଗିରି ଜିଲାରେ ଅଧିକାଂଶ ସମୟରେ ଟେଲିଫୋନ ଏବଂ ନେଟ୍‌ ସେବା ଅଚଳ ଅବସ୍ଥାରେ ଥିବାରୁ ଚାଷୀମାନେ ହଇରାଣ ହୋଇଥାନ୍ତି। ସାଧାରଣ ଲୋକେ ମଧ୍ୟ ଆଧାର କାର୍ଡ ସଂଶୋଧନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ବ୍ଲକରେ ଗୁରୁପ୍ରିୟା ସେତୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳର ନାମ ସ୍ବାଭିମାନ ଅଞ୍ଚଳ ରଖିଛନ୍ତି। ଗୁରୁପ୍ରିୟା କାର୍ଯ୍ୟକ୍ଷମ ହେଲା ପରେ ବିଚ୍ଛିନ୍ନାଅଞ୍ଚଳର ୭ଟି ପଞ୍ଚାୟତରୁ କେବଳ ବଡପଡା ଏବଂ ପାପରମେଟ୍‌ଲା ପଞ୍ଚାୟତର କେତେକ ଅଞ୍ଚଳକୁ ଗମନାଗମନ ସୁବିଧା ହୋଇଛି। ସମ୍ପୃକ୍ତ ୭ ପଞ୍ଚାୟତରେ ଅଦ୍ୟାବଧି ଟେଲିଫୋନ ସେବା ଏବଂ ନେଟ୍‌ୱାର୍କ ସଂଯୋଗ ହୋଇ ପାରିନାହିଁି ା ଫଳରେ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଏହି ଅଞ୍ଚଳଗୁଡିକରେ ମାଓବାଦୀଙ୍କ ଆଡ୍ଡାସ୍ଥଳି ପାଲଟିଛି ା
– ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri