୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏଭଳି ଚାଲିି ଶୁକ୍ରବାର ୮୦୦କିଲୋମିଟର ସମ୍ପୂର୍ଣ୍ଣ କରିଛନ୍ତି। ନିଜ ପ୍ରଦେଶର ଜଙ୍ଗଲ ସୁରକ୍ଷା ପାଇଁ ସେ ଏହି ଅଭିଯାନ ଦ୍ୱାରା ସରକାରଙ୍କ ସହାୟତା ଲୋଡିଛନ୍ତି। ଏହି ଯାତ୍ରାକାଳରେ ଲୋକେ ତାଙ୍କୁ କୌତୂହଳ ହୋଇ ଚାହିଁ ବେଶ୍‌ ମଜା ଉଠାଇଥିଲେ। ଇଣ୍ଡୋନେସିଆର ଏକ ଏସ୍‌କର୍ଟିଂ ଆମ୍ବୁଲାନ୍ସ ମଧ୍ୟ ତାଙ୍କ ଯାତ୍ରାପଥରେ କେତେକାଂଶରେ ସହାୟତା କରିଥିଲା। ଏହି ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ୪୩ବର୍ଷ ବୟସ୍କ ମେଡି ବଷ୍ଟୋନି। ସେ ୪ ସନ୍ତାନର ଜନକ। ୮୦୦କି.ମି. ପଛେଇ ପଛେଇ ଚାଲିବା ପାଇଁ ତାଙ୍କୁ ପାଖାପାଖି ୧ମାସ ଲାଗିଥିଲା। ଉକ୍ତ ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ସେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇପାରିବେ ବୋଲି ଆଶାବାଦୀ ଅଛନ୍ତି।
ଷ୍ଟୋନି ଶୁକ୍ରବାର ଅଳ୍ପକିଛି କିଲୋମିଟର ପଛେଇ ପଛେଇ ଚାଲି କ୍ରୀଡା ଓ ଯୁବମନ୍ତ୍ରୀ ଇମାମ୍‌ ନହରାଓ୍ବିଙ୍କୁ ସାକ୍ଷାତ କରିଥିଲେ। ମନ୍ତ୍ରୀ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସହ ସାକ୍ଷାତ ପାଇଁ ଅପେକ୍ଷା କରି ରହିଥିଲେ। ପୂର୍ବ ଜାଭା ପ୍ରଦେଶରେ ଅବସ୍ଥିତ ମାଉଣ୍ଟ ଓ୍ବିଲ୍ସ ଜଙ୍ଗଲରେ ପୁନଃ ବୃକ୍ଷ ରୋପଣ ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ବାହାରେ ଆୟୋଜିତ ଏକ ଉତ୍ସବରେ ନହରାଓ୍ବି ବଷ୍ଟୋନିଙ୍କ ହାତକୁ ଏକ ଚାରା ଥିବା ପାତ୍ର ବଢ଼ାଇ ଦେଇଥିଲେ। ଓ୍ବିଲ୍ସରେ ବୃକ୍ଷରୋପଣର ଏହା ଏକ ସଂକେତ ବୋଲି ସେ ସୂଚାଇ ଦେଇଥିଲେ। ବେଆଇନ ଗଛକଟା ଓ ନିଅଁା ଲାଗିଯିବା ଯୋଗୁଁ ଓ୍ବିଲ୍ସ ଜଙ୍ଗଲ ନଷ୍ଟ ହୋଇଯାଇଥିବାରୁ ବର୍ତ୍ତମାନ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି॥ ବଷ୍ଟୋନିଙ୍କ କହିବାନୁଯାୟୀ, ଜଙ୍ଗଲ ନଷ୍ଟ ଯୋଗୁ କୃଷି ଓ ପଶୁପାଳନ ଉପରେ ନିର୍ଭର କରୁଥିବା ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବା ସହିତ ଜଳାଭାବ ଦେଖାଦେଇଛି।
ଜୁଲାଇ ୧୮ରେ ନିଜ ଡୋନୋ ଗଁାରୁ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ପାଖରେ ଥିଲା ୩୦ହଜାର ରୁପିୟା ଏବଂ ଆବଶ୍ୟକ ସାମଗ୍ରୀ। ଏଥିରେ ତାଙ୍କୁ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ସହାୟତା କରିଥିଲେ। ସେ ସଡକପଥ ଏବଂ ଜାତୀୟ ରାଜପଥରେ ପାଖାପାଖି ୭୮୦କିଲୋମିଟର ଯାତ୍ରା କରିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri